ଯାଜପୁର ଟାଉନ୍: ବୈତରଣୀ ନଦୀ କୂଳରୁ ଉଦ୍ଧାର ହେଲା ପୁରାତନ ଶିବ ଲିଙ୍ଗ ଓ ଅନ୍ୟାନ୍ୟ ବିରଳ କିର୍ତିରାଜି । ଯାଜପୁର ଦେବୀ ଗଡା ଘାଟ ନିଟକରୁ ଗୋଟିଏ ଶିବ ଲିଙ୍ଗ,ବାସୁଆ ବଳଦ ସହିତ ଲକ୍ଷ୍ମୀ ମୂର୍ତିକୁ ଉଦ୍ଧାର କରାଯାଇଛି । ଏହି ମୂର୍ତି ଗୁଡିକ ଭୌମକର ସମୟର ବୋଲି ଅନୁମାନ କରାଯାଉଛି ।
ବୈତରଣୀ ନଦୀରୁ ବାଲି ଉତୋଳନ କରାଯାଉଥିବା ବେଳେ ଏହି କିର୍ତିରାଜି ଗୁଡିକ ଉଦ୍ଧାର କରାଯାଇଛି । ଯଯାତି କେଶରୀଙ୍କ ସମୟରେ ବୈତରଣୀ ନଦୀ କୂଳ ଦଶାଶ୍ୱମେଧ ଯଜ୍ଞ କରାଯାଇଥିଲା । ସେହି ସମୟରେ ଏହି ଅଂଚଳରେ ଅନେକ ମନ୍ଦୀର ଓ ପ୍ରାଚିନ ମୂର୍ତି ରହିଥିଲା । ଯାହା କାଳକ୍ରମେ ଭାଂଗି ରୁଜି ଯିବା ସହିତ ନଦୀରେ ମିଶିଯାଇଛି । ଏହାର ସଠିକ୍ ଖନନ ସହିତ ସୁରକ୍ଷା କରିବାକୁ ସାଧାରଣରେ ଦାବି ହୋଇଛି ।