ଭତ୍ତା ପାଇଁ ଗୁରୁଣ୍ଡିଲେ ବୃଦ୍ଧା । ମାସିକ ଭତ୍ତା ଟଙ୍କା ପାଇଁ ୨ କିମି ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଗଲେ ବୃଦ୍ଧା । କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆ ଗାଁର ଅଭାବନୀୟ ଘଟଣା । ସରକାରୀ ଯୋଜନା ଏଠି ସାତ ସପନ ପାଲଟିଛି । ଗାଁର ବୃଦ୍ଧା ପଥିରି ଦେହୁରୀ ପ୍ରତ୍ୟେକ ଦିନ ଘୁଷୁରି ଘୁଷୁରି କାର୍ଯ୍ୟ କରୁଛନ୍ତି । ବୃଦ୍ଧାଙ୍କୁ ମିଳିପାରୁନାହଁ ଗୋଟିଏ ଟ୍ରାଇ ସାଇକେଲ । ଜଣେ ବୃଦ୍ଧା ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ୨ କିମି ପଞ୍ଚାୟତ କାର୍ଯ୍ୟାଳୟ ଆସିବା ଘଟଣା ଏବେ ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ କେବେ ମିଳିବ ବୃଦ୍ଧାଙ୍କୁ ଟ୍ରାଇ ସାଇକେଲଟିଏ ତାହା ଦେଖିବା ବାକି ରହିଲା । କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ବ୍ଲକ ,ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆ ଗାଁର ବୃଦ୍ଧା ପଥିରି ଦେହୁରୀ ।