ବିଷ ପିଇ ବୃଦ୍ଧା ମୃତ, ବୃଦ୍ଧ ଗୁରୁତର, ପାରିବାରିକ କଳହର କରୁଣ ପରିଣତି

ଯାଜପୁର : ବିଷ ପିଇ ବୃଦ୍ଧା ମୃତ, ବୃଦ୍ଧ ଗୁରୁତର। ଯାଜପୁର ଜିଲ୍ଲା କୋରେଇ ଥାନା ରାଉତପଡ଼ାରେ ଦେଖିବାକୁ ମିଳିଛି ପାରିବାରିକ କଳହର କରୁଣ ପରିଣତି। ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ଉମାମଣି ବେହେରା ଓ ସ୍ୱାମୀ ବାବାଜୀ ବେହେରା ବିଷ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉମାମଣିଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ବାବାଜୀଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.