ବୃଦ୍ଧାଙ୍କ ଉପରେ ଚଢ଼ିଗଲା ମୋ ବସ, ଘଟଣାସ୍ଥଳରେ ମୃତ

କଟକ: ମୋ ବସ ନେଲା ଜୀବନ । କଟକ ନେତାଜୀ ବସ ଟର୍ମିନାଲ ଭିତରେ ମୋ ବସ ଦୁର୍ଘଟଣା ରେ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ । ମୋ ବସ କଲା ଦୁର୍ଘଟଣା । କଟକ ନେତାଜୀ ବସ ଟର୍ମିନାଲ ରେ ଅଭାବନୀୟ ଦୁର୍ଘଟଣା । ଜଣେ ବୟସ୍କା ବୃଦ୍ଧାଙ୍କ ଉପରେ ଚଢ଼ିଗଲା ମୋ ବସ । ଘଟଣାସ୍ଥଳରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ବୃଦ୍ଧା ମହିଳାଙ୍କୁ ଏସିବି କୁ ସ୍ଥାନାନ୍ତର କରଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ । ମୃତକଙ୍କ ସ୍ୱାମୀ ଲକ୍ଷ୍ମଣ ଗୋଛାୟତଙ୍କ କହିବାନୁଯାୟୀ , ସେ ଆଉ ଆଉ ତାଙ୍କ ପତ୍ନୀ ସରସ୍ବତୀ ଗୋଛୟତ ଗୋପାଳପୁର ସ୍ଥିତ ଏକ ସମ୍ପର୍କିୟଙ୍କ ଘରକୁ ଯିବା ପାଇଁ ସନ୍ଧ୍ୟା ସମୟରେ ମୋ ବସ ଜରିଆରେ ସିଡିଏରୁ ବସ ଟର୍ମିନାଲ ଆସିଥିଲେ । ଯେଉଁ ସମୟରେ ଉଭୟ ବସରୁ ଓଲ୍ହାଉଥିଲେ, ସେହି ସମୟରେ ବସଟି ହଟାତ ଚାଲିବାକୁ ଲାଗିଥିଲା ।
ଏବଂ ମହିଳା ଜଣଙ୍କ ବସରୁ ଖସି ପଡ଼ିଥିଲେ । ନିକଟରେ ଥିବା ସମସ୍ତେ ଯାତ୍ରୀ ବସକୁ ଅଟକେଇବା ପାଇଁ ହୋହାଲା କରିଥିଲେ ହେଲେ ଦେଖୁଦେଖୁ ବସଟି ସରସ୍ୱତୀଙ୍କ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟ ଘଟିଛି ।
ଏହି ଘଟଣା ଘଟିବା ପଛରେ ଚାଳକ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସ୍ୱାମୀ ଲକ୍ଷ୍ମଣ । କାହିଁକି ନା ସେ ମୋ ବସ ଚଳାଉଥିଲା ବେଳେ ନିଶାସକ୍ତ ଅବସ୍ଥାରେ ରହିଥିଲେ । ବର୍ତ୍ତମାନ ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ଗୁହାରି କରିଛନ୍ତି ସରସ୍ୱତୀଙ୍କ ପରିବାର ।