କେନ୍ଦ୍ରାପଡ଼ା ଗହୀରମଥା ବେଳାଭୂମିରୁ ସମୁଦ୍ରକୁ ଫେରିଲେ ଶତାଧିକ ଅଲିଭ ରିଡଲେ ଶାବକ

କେନ୍ଦ୍ରାପଡ଼ା: ସମୁଦ୍ରକୁ ଫେରିଲେ ଅଲିଭ ରିଡଲେ ଶାବକ। କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ବେଳାଭୂମିରେ ଶତାଧିକ ଅଲିଭ ରିଡଲେ କଇଁଛ ସମୁଦ୍ରକୁ ଫେରିଛନ୍ତି। ଗହୀରମଥାରେ ଅଣ୍ଡାଦେବା ପାଇଁ ଆସିଥିଲେ ଅଲିଭ ରିଡଲେ।

ଅଣ୍ଟା ଫୁଟିବା ପରେ ଶତାଧିକ ଅଲିଭ ରିଡଲେ ଏବେ ସେମାନଙ୍କ ବାସସ୍ଥାନକୁ ଫେରିଯାଉଛନ୍ତି। ଏହି ପ୍ରକ୍ରିୟା ଆଗାମୀ କିଛି ଦିନ ଧରି ଜାରି ରହିବ। ଅଲିଭ ରିଡଲେ ଶାବକଙ୍କ ସୁରକ୍ଷା ପାଇଁ ବନବିଭାଗ କର୍ମଚାରୀ ସତର୍କ ଦୃଷ୍ଟି ରଖିଛନ୍ତି। ଶତାଧିକ ସଂଖ୍ୟାରେ ସମୁଦ୍ରକୁ ଫେରିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.