ବାଲେଶ୍ବର: ବନ୍ଧୁପରିଜନଙ୍କ ଉପସ୍ଥିତରେ ଖ୍ୟାତନାମା ଅଭିନେତା ବିଜୟ ମହାନ୍ତିଙ୍କ ମା‘ଙ୍କ ହେଲା ଶେଷକୃତ୍ୟ

ବାଲେଶ୍ବର(କେନ୍ୟୁଜ୍):  ବିଶିଷ୍ଟ ଚଳଚିତ୍ର ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କ ମା ଶାନ୍ତିଲତାଙ୍କର ଗତକାଲି ପରଲୋକ ହୋଇଯାଇଛି ।   କୋଡ଼ିଏ ବର୍ଷ ହେବ  ସେ ବାଲେଶ୍ବର ଜିଲ୍ଲା ରେମୁଣା କଲେଜ ନିକଟ ଅଚ୍ଯୁତପୁର ଗ୍ରାମ ସ୍ଥିତ  ସାନ ପୁଅ ଅଜୟଙ୍କ  ପାଖରେ ରହି ଆସୁଥିଲେ । ମୃତ୍ୟୁ ବେଳକୁ ଶାନ୍ତିଲତାଙ୍କୁ  ୯୬ ବୟସ  ହୋଇଥିଲା । ତେବେ ଦୁଇ ଦିନ ହେବ ଅଧିକ  ଶରୀର ଅସୁସ୍ଥ ହୋଇ ଯାଇଥିଲା ଶାନ୍ତିଲତାଙ୍କର । ଗତକାଲି ସକାଳ ୬.୩୮ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  । ତାଙ୍କ ମର ଶରୀରକୁ ବନ୍ଧୁପରିଜନଙ୍କ ଉପସ୍ଥିତରେ ରେମୁଣା ଅଚ୍ଯୁତପୁର ଗ୍ରାମରେ ଶେଷକୃତ୍ୟ କରାଯାଇଛି ।

bijay mohanty

 ସେ ବୃଦ୍ଧାବସ୍ଥା ଯୋଗୁଁ ବହୁତ ଦିନ ହେବ ନିଜର ଧିଶକ୍ତି ହରାଇ ବସିଥିବା ବେଳେ ବାର୍ଦ୍ଧକ୍ଯ ଜନିତ ଅବସ୍ଥାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।  ଗତ ବର୍ଷ ବଡ଼ ପୁଅ ବିଜୟ ଙ୍କର ପରଲୋକ ହୋଇଥିଲା । ଆଜି ତାଙ୍କ ମାଆଙ୍କର ପରଲୋକ ଖବର ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଆଣିଦେଇଛି ।

Leave A Reply

Your email address will not be published.