ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ, ଦୀର୍ଘ ମାସେ ଧରି ଥିଲେ ଚିକିତ୍ସାରତ

ଅଫେରା ରାଇଜକୁ ଚାଲିଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଆଜି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି । ପୁଣି ଜଣେ କଳାକାରଙ୍କୁ ହରାଇଛି ଓଲିଉଡ୍‌ ।

କେନ୍ୟୁଜ(ବ୍ୟୁରୋ) : ଅଫେରା ରାଇଜକୁ ଚାଲିଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଆଜି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି । ପୁଣି ଜଣେ କଳାକାରଙ୍କୁ ହରାଇଛି ଓଲିଉଡ୍‌ । ସେ ହେଉଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ସେ ଦୀର୍ଘ ମାସାଧିକାଳ ଧରି ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ସେ ୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି ।

ଦୀର୍ଘ ଦିନ ଧରି ସେ ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ । ସେଥିଲାଗି ପୂରା ଓଲିଉଡ୍, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ । ତାଙ୍କ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରାଯାଇ ସାହାଯ୍ୟ କରାଯାଇଥିଲା। ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ଆଜି ସେ ଜୀବନ ଯୁଦ୍ଧରେ ହାରିଗଲେ । ସମସ୍ତଙ୍କୁ ଛାଡି ପରପାରୀକୁ ଚାଲିଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ।

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ରହିଆସିଥିଲେ । ପିଣ୍ଟୁ ନନ୍ଦଙ୍କୁ ଦର୍ଶକ କେତେବେଳେ ଖଳନାୟକ, କେତେବେଳେ ସହନାୟକ ତ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ସେଥିମଧ୍ୟରୁ ତାଙ୍କ ଅଭିନୀତ ଆଲବମ୍ ଏ ଗଉରା ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।
ସିନେ ପରଦାରେ ଆସି ସେ ଓଡ଼ିଆ ଦର୍ଶକଙ୍କୁ କେତେବେଳେ ହସାଇଛନ୍ତି, କେତେବେଳେ କନ୍ଦାଇଛନ୍ତି । ଜଣେ ଭଲ ଚରିତ୍ର ଅଭିନେତା ଭାବରେ ତାଙ୍କର ନାଁ ରହିଥିଲା ।

ଟେଲିଫିଲ୍ମରୁ ସେ ତାଙ୍କର କାରିଅର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରୁ ସେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିଲେ । ୧୮ ବର୍ଷ ବୟସରେ ୧୯୯୬ ମସିହାରେ ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି –‘ରଙ୍ଗ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬), ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ଓ ରୁମ୍‌କୁ ଝୁମା(୨୦୧୩) ।

ବୟସ ବେଶି ହୋଇନି ହେଲେ ଲିଭର ସୋରିଆସିସ୍ ଭଳି ଏକ ଗୁରୁତର ରୋଗ ତାଙ୍କୁ କବଳିତ କରିଥିଲା। ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସାରା ସିନେ ଜଗତ ପ୍ରାର୍ଥନା କରିଥିଲା । ହେଲେ ଶେଷରେ ସେ ସମସ୍ତଙ୍କୁ ଛାଡି ପରପାରିକୁ ଚାଲିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.