ପୁଣି ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ପୁଣି ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ । ଗୁଜରାଟର ସୂୂତାମିଲରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଅସୁସ୍ଥ ଯୁବକ ରମାକାନ୍ତଙ୍କୁ କାର ଓ ବସରେ ଘରକୁ ଆସିବାର ବ୍ୟବସ୍ଥା କଲେ ସବ୍ୟସାଚୀ । ଦୁଇ ସପ୍ତାହ ତଳେ ରମାକାନ୍ତ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଶରୀରର କିଛି ଅଙ୍ଗ ଅକାମୀ ହୋଇଥିଲା ।

ଶେଷରେ ଜୁନ ୧୭ ତାରିଖରେ ସୋସିଆଲ ମିଡିଆ ଜରିଆରେ ସହଯୋଗ ଲୋଡିଥିଲେ । ଶେଷରେ ସବ୍ୟସାଚୀଙ୍କ ସହଯୋଗରେ ରମାକାନ୍ତ ସୁରକ୍ଷିତ ଭାବେ ଓଡ଼ିଶା ପହଞ୍ଚିଛନ୍ତି । ଭୁବନେଶ୍ୱର ପ୍ରାଥମିକ ଚିକିତ୍ସା ପରେ ସେ ବର୍ତ୍ତମାନ ଗାଁ କ୍ୱାରାଣ୍ଟାଇନରେ ଅଛନ୍ତି ।

Leave A Reply

Your email address will not be published.