ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍‌ ସିନେ ପ୍ରଯୋଜକ ଅକ୍ଷୟ ପରିଜା, ଆଗୁଆ ଜାମିନ ପାଇଁ କରିଛନ୍ତି ଆବେଦନ

କଟକ(କେନ୍ୟୁଜ୍): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍‌ ସିନେ ପ୍ରଯୋଜକ ଅକ୍ଷୟ ପରିଜା । ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ତାଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସୋସିଆଲ ମିଡିଆରେ ଯୌନ ନିର୍ଯାତନା ଦେଉଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କିନ୍ତୁ ଯୁବତୀ ଥାନାରେ ଅଭିଯୋଗ କରି ନାହାନ୍ତି । ସେ ଅଭିଯୋଗ କରିଥିଲେ, ବର୍ଷେ ହେଲା ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ ଅକ୍ଷୟ ପରିଜା । ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ୍‌ କରୁଛନ୍ତି । ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ପ୍ରଲୋଭନ ଦେଖାଇ ଯୌନ ଶୋଷଣ କରୁଥିଲେ ।

ଫିଲ୍ମରେ ଅଭିନୟର ସୁଯୋଗ ଦେବା ନାଁରେ ଫିଲ୍ମ ନିର୍ମାତା ଦେଢ଼ ବର୍ଷ ଧରି ପ୍ରତାରଣା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ବିବାହ ଠିକ୍‌ ହୋଇଥିବା ଜାଣିବା ପରେ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିବା କହିଛନ୍ତି ଯୁବତୀ । ଅନ୍ୟପଟେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅକ୍ଷୟ ପରିଜା । ଟଙ୍କା ମାଗିବା ସହ କେହି ଜଣେ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରୁଥିବା ଏତଲା କପିରେ ଉଲ୍ଲେଖ କରିଥିଲେ । ଏବେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.