ଫାଇଭ ଟି ଅଧିନକୁ ଆସିଲା ଓଏମ୍‌ସିର କଷ୍ଟମର ଇଣ୍ଟିଗ୍ରେଟେଡ୍‌ ମ୍ୟାନେଜମେଣ୍ଟ ସର୍ଭିସେସ ଏବଂ ଷ୍ଟକୟାର୍ଡ ମ୍ୟାନେଜମେଣ୍ଟ ସିଣ୍ଟମ

କେନ୍ୟୁଜ୍(ବ୍ୟୁରୋ):  ଫାଇଭ ଟି ଅଧିନରେ, ଓଏମ୍‌ସିର କଷ୍ଟମର ଇଣ୍ଟିଗ୍ରେଟେଡ୍‌ ମ୍ୟାନେଜମେଣ୍ଟ ସର୍ଭିସେସ ଏବଂ ଷ୍ଟକୟାର୍ଡ ମ୍ୟାନେଜମେଣ୍ଟ ସିଣ୍ଟମ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦୁଇଟି ଆପ୍ଲିକେସନ ଯୋଗୁ ଅନଲାଇନ ସେଲ୍‌ସ ପ୍ରୋସେସ ଏବଂ ଡେସ୍‌ପାଚ୍‌ ମ୍ୟାନେଜମ୍ୟାଣ୍ଟରେ ପାରଦର୍ଶିତା ଆସିବ ଏବଂ ଦକ୍ଷତା ବଢିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ବର୍ଷ ସୁଦ୍ଧା ଓଏମ୍‌ସିର ଆଇରନ ଓର ଉତ୍ପାଦନ କ୍ଷମତା ୨୦ ନିୟୁତ ଟନ୍‌ ପାର କରିଯିବ। ରାଜ୍ୟରେ ବିକାଶରେ ଓଏମ୍‌ସିର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.