ନାଇଜେରିଆ ଓଡିଶା ଫେରିଥିବା ଯୁବକ କୋଭିଡ ଆକ୍ରାନ୍ତ, ୩ ନମୁନା ILSରେ ଜିନୋମ ସିକ୍ୱେନ୍ସିଂ ଚାଲିଛି

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଉପରେ ଓମିକ୍ରନର କଳା ବାଦଲ । ନାଇଜେରିଆ ଫେରନ୍ତା କରୋନା ଆକ୍ରାନ୍ତ । ଜଗତସିଂହପୁର ଜିଲ୍ଲାକୁ ନାଇଜେରିଆ ଫେରିଥିବା ଜଣେ ଯୁବକ କୋଭିଡ ଆକ୍ରାନ୍ତ ହେବା ପରେ ଓମିକ୍ରନ ଲକ୍ଷ୍ୟଣ ପ୍ରକାଶ ପାଇଛି । ଏହି ଯୁବକଙ୍କ ଠାରେ ଓମିକ୍ରନ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଅପରପକ୍ଷେ ସମ୍ପକୃକ୍ତ ଯୁବକଙ୍କ ବ୍ୟତୀତ ଆଉ ୨ ଜଣଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା ବ୍ୟକ୍ତ କରିଛି। ୩ଜଣ ସନ୍ଦିଗ୍ଧଙ୍କ ନମୁନା ଏବେ ILSରେ ଜିନୋମ ସିକ୍ୱେନ୍ସିଂ ଚାଲିଛି। ଚୂଡାନ୍ତ ରିପୋର୍ଟ ଆଜି ଆସିବ। ଏହି ରିପୋର୍ଟକୁ ଅପେକ୍ଷା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.