ଆମ ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ପିକ୍‌ ନେବ ଓମିକ୍ରନ୍‌! ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢୁଛି। ମୁଖ୍ୟତଃ ରାଜ୍ୟର ୪ରୁ ୫ ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି। ଏହା ସହ ସବୁ ଜିଲ୍ଲାରେ ଓମିକ୍ରନ୍‌ର ଉପସ୍ଥିତି ରହିଛି। ଦିଲ୍ଲୀ , ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କହିଛନ୍ତି ଜାନୁଆରୀ ୧୫ ସୁଦ୍ଧା ପିକ୍‌ ନେବ। ଆମ ରାଜ୍ୟରେ ତାର ୧୦ରୁ ୧୫ ଦିନ ଭିତରେ ପିକ୍‌ ହେବାର ସମ୍ଭାବନା ରହିଛି।

ଏହା ଭିତରେ ଟେଷ୍ଟିଂ, ସର୍ଭେଲାନ୍ସ, ଟିକାକରଣକୁ ମଧ୍ୟ ବଢାଯାଇଛି। ଯେଉଁଭଳି ଭାବେ ସଂକ୍ରମଣ ବଢୁଛି, ତାକୁ ନେଇ ଲୋକମାନେ ସଜାଗ ହେବା ଆବଶ୍ୟକ। ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ଏପଟେ ଟେଷ୍ଟିଂ କିଟ୍‌କୁ ନେଇ କଳାବଜାରୀ ବଢୁଛି। ICMR ଦ୍ୱାରା ଅନୁବନ୍ଧିତ କିଟ୍‌ରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଆଜି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭିଟି ରେଟ୍‌ ରହିଛି ୬.୪୯ ପ୍ରତିଶତ । ଗତକାଲି ସଂକ୍ରମିତ ହୋଇଥିଲେ ୪ ହଜାର ୭୧୪ । ଗତକାଲିର ପଜିଟିଭିଟି ରେଟ୍‌ ଥିଲା ୬.୭୧ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୧୯.୩୨ ପ୍ରତିଶତ ।

୨୪ ଘଣ୍ଟାରେ ୭୪ ହଜାର ୩୦୪ ଟେଷ୍ଟିଂ ହୋଇଛି । ରାଜ୍ୟରେ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୪୪୮ ଜଣ । ଗତକାଲି ରାଜ୍ୟରେ ୧୬ ହଜାର ୧୧୭ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଆଜି ୨୦ ହଜାର ୫୬୦ ରହିଛି । ଆଜି ୯ ଟି ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମଣ ।

ଖୋର୍ଦ୍ଧାରୁ ୯୩୩, ସୁନ୍ଦରଗଡ଼ରୁ ୮୬୯, ସମ୍ବଲପୁରରୁ ୬୪୪, କଟକରୁ ୪୦୧, ବାଲେଶ୍ୱରରୁ ୨୧୦, ଝାରସୁଗୁଡାରୁ ୧୮୯, ମୟୂରଭଞ୍ଜରୁ ୧୬୨, ପୁରୀରୁ ୧୩୦, ବଲାଙ୍ଗିରରୁ ୧୦୪ ଜଣ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ ରେଡ ଜୋନରେ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ବଲପୁର ରହିଛି । ସେହିଭଳି ଆକ୍ଟିଭ କେସ ରେଡ ଜୋନରେ ଖୋର୍ଦ୍ଧା ସୁନ୍ଦରଗଡ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.