ମାସେ ମଧ୍ୟରେ ଦାବି ପୂରଣ ନହେଲେ ଓମଶାର ଆନ୍ଦୋଳନ, ସରକାରୀ ଡାକ୍ତରଙ୍କ ସମୂହ ଇସ୍ତଫା ଚେତାବନୀ

ଭୁବନେଶ୍ୱର : ଏକ ମାସ ମଧ୍ୟରେ ସରକାର ଦାବି ପୂରଣ କରନ୍ତୁ, ନହେଲେ ଅସହଯୋଗ ଆନ୍ଦୋଳନ ସହ ସବୁ ସରକାରୀ ଡାକ୍ତର ସମୂହ ଇସ୍ତଫା ଦେବୁ ବୋଲି ଓମଶାର ଖୋଲାଖୋଲି ସରକାରଙ୍କୁ ଚେତାବନୀ ।  ୭ ଦଫା ଦାବି ନେଇ ସରକାରଙ୍କ ଉପରେ ତାତି ଉଠିଛନ୍ତି ଓଡିଶା ମେଡିକାଲ ସର୍ଭିସ ଆସୋସେସନ । ଏ ନେଇ ଆଜି ଏକ ସାଧାରଣ ଅଧିବେଶନ ଭୁବନେଶ୍ୱର ଓମଶା ଭବନରେ ଅନୁଷ୍ଠିତ ହେଇଛି ।

ଦାବିଗୁଡ଼ିକ ହେଉଛି କେନ୍ଦ୍ରୀୟ ହାରରେ DACP ଯାହା ୧୮ଟି ରାଜ୍ୟରେ ଡାକ୍ତର ମାନଙ୍କୁ ମିଳୁଛି, ଓଡିଶା ଡାକ୍ତର ମାନଙ୍କୁ ମିଳୁନାହିଁ । ୨କ୍ୟାଡର ପୁନର୍ଗଠନ, ଯାହା ଗତ ସାତ ବର୍ଷ ହେଲା ହୋଇନାହିଁ, ତାହା ତୁରନ୍ତ କରାଯାଉ। ଦାନ୍ତ ଡାକ୍ତରମାନଙ୍କୁ ତୁରନ୍ତ ପ୍ରଚଳିତ DACP, ପିଜି ପ୍ରୋତ୍ସାହନ ରାଶି ଏବଂ PBI ମିଳୁ । ADHOC ଡାକ୍ତର ମାନଙ୍କ ADHOC PERIOD/CONTRACTUAL PERIOD କୁ DACP ରେ ସମିଲ କରାଯାଉ । ସ୍ୱଚ୍ଛ ବଦଳି ନୀତି ଓମସାର ଦାବି, KBK ଏରିଆରେ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଡାକ୍ତରମାନଙ୍କୁ ସେମାନଙ୍କ ପସନ୍ଦର ଅଞ୍ଚଳକୁ ତୁରନ୍ତ ବଦଳି ଦାବି ।  ସବୁ ସରକାରୀ ଡାକ୍ତରଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯାଉ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଫର୍ମାନ୍ସ ରିପୋର୍ଟ ଜିଲ୍ଲାପାଳଙ୍କ ବଦଳରେ ସ୍ୱାସ୍ଥ୍ୟ ନିର୍ଦେଶକ ଦିଅନ୍ତୁ ବୋଲି ଦାବି କରିଛି ଓମଶା ।