ଅଗଷ୍ଟ ୩୧’ରେ ବକ୍ସିବଜାର ଛକରେ ହେବ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ

କଟକ : ବହୁ ପ୍ରତିକ୍ଷୀତ ବକ୍ସି ଜଗବନ୍ଧୁଙ୍କ ବ୍ରୋଞ୍ଜ ନିର୍ମିତ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପନା କରାଯିବ । ସିଏମସି କାଉନସିଲ ଏକ ବୈଠକରେ ବକ୍ସି ଜଗବନ୍ଧୁଙ୍କର ପୂର୍ଣ୍ଣ ଅବ୍ୟୟବ ମୂର୍ତ୍ତି ବକ୍ସିବଜାର ଛକରେ ସ୍ଥାପନ ହେବାପାଇଁ ଅଗଷ୍ଟ ମାସ ୩୧’ତାରିଖ ଚୁଡାନ୍ତ କରାଯାଇଛି ବୋଲି ମେୟର ସୁବାଷ ସିଂ କାଉନସିଲ ମାଧ୍ୟମରେ କହିଛନ୍ତି  । ସେହିପରି ଦୀର୍ଘ ୮ ବର୍ଷ ଧରି ସଂଗ୍ରାମ କରି ଆସୁଥିବା ବକ୍ସି ବଜ଼ାର ବ୍ୟବସାୟୀ ସଂଘର ସଭାପତି ସଲିଲ କୁମାର ଘୋଷ ଖୁସି ବ୍ୟକ୍ତ କରିଛନ୍ତି । ବକ୍ସି ବଜ଼ାର ବ୍ୟବସାୟୀ ସଂଘର ଏକ ଜରୁରୀ ବୈଠକ ବଜ଼ାର ସଂଘର ସଭାପତି ଶ୍ରୀ ଯୁକ୍ତ ସଲିଲ କୁମାର ଘୋଷଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି ସ୍ଥାପନକୁ ନେଇ ଖୁସି ଜାହିର କରିଛନ୍ତି କଟକିଆ ।

ସ୍ବାଧୀନତାର ୭୮’ବର୍ଷ ପରେ ବକ୍ସିବଜାର ଅଞ୍ଚଳରେ ଯେଉଁଠାରେ ବକ୍ସି ଜଗବନ୍ଧୁ ତାଙ୍କ ଜୀବନର ବହୁ ବର୍ଷ ଅତିବାହିତ କରିବା ସହିତ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେହି ସ୍ଥାନରେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତି ସ୍ଥାପନା ହେବ । ବକ୍ସିଙ୍କର ପ୍ରତିମୂର୍ତ୍ତି ସ୍ଥାପନ ନେଇ ଚୁଡାନ୍ତ ନିର୍ଣ୍ଣୟ କେବଳ ବକ୍ସିବଜାର ନୁହେଁ ସମସ୍ତ କଟକବାସୀଙ୍କୁ ଆନନ୍ଦ ପ୍ରଦାନ କରିଛି। ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ବକ୍ସି ବଜ଼ାର ବ୍ୟବସାୟୀ ସଂଘ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲା। ଯାହା ଖୁବ କମ ଦିନ ଭିତରେ ଉଦଘାଟନ ହେବାକୁ ଯାଉଛି।