କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼, ଭାଇରାଲ ହେଉଛି ଭିଡିଓ

ମୋବାଇଲକୁ ମୋବାଇଲ୍‌ ଘୂରି ବୁଲୁଛି କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରୁଥିବାର ଭିଡିଓ । ହସ୍ପିଟାଲ ପରିସରରେ ପୋଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଡ୍ୟୁଟିରେ ଥିବା ଡାକ୍ତର ସୈାମେନ୍ଦ୍ର ସାହୁଙ୍କୁ ମାଡ ମାରିଛନ୍ତି ରୋଗିଙ୍କ ସମ୍ପର୍କୀୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ପର୍ଜଙ୍ଗ ମେଡିକାଲ ପରିସରରେ ।

କଥାରେ କୁହନ୍ତି ଭଗବାନଙ୍କ ଅନ୍ୟ ନାମ ହେଉଛି ଡାକ୍ତର । ଡାକ୍ତରଙ୍କ ପାଇଁ ଆମେ ଏକ ନୂଆ ଜୀବନ ପାଇଥାଉ । ତେଣୁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କହିଥାଆନ୍ତି । ହଜାର ହଜାର ରୋଗୀ ଡାକ୍ତରଙ୍କ ଦ୍ୱାରା ଭଲ ହୋଇ ନୂଆ ଜୀବନ ପାଇଛନ୍ତି । ହେଲେ ଏଠାରେ ଡାକ୍ତରଙ୍କୁ ନେଇ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ରୋଗ ବିଷୟୟରେ ଜଣାଇବାକୁ ଡାକ୍ତରଙ୍କ ନିକଟକୁ ଧାଇଁ ଆସିଥିବା ବ୍ୟକ୍ତି ଡାକ୍ତରଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ମୋବାଇଲକୁ ମୋବାଇଲ୍‌ ଘୂରି ବୁଲୁଛି କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରୁଥିବାର ଭିଡିଓ । ହସ୍ପିଟାଲ ପରିସରରେ ପୋଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଡ୍ୟୁଟିରେ ଥିବା ଡାକ୍ତର ସୈାମେନ୍ଦ୍ର ସାହୁଙ୍କୁ ମାଡ ମାରିଛନ୍ତି ରୋଗିଙ୍କ ସମ୍ପର୍କୀୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ପର୍ଜଙ୍ଗ ମେଡିକାଲ ପରିସରରେ ।

ତେବେ ଗତକାଲି ବିଳମ୍ବିତ ରାତିର ଘଟଣା । ପର୍ଜଙ୍ଗ ଥାନା ଦୋମୁହାଣି ଗ୍ରାମର ଯୁବକ ନିର୍ମଳ ଚନ୍ଦ୍ର ପରିଡା ତାଙ୍କ ସ୍ତ୍ରିଙ୍କ ଦେହ ଖରାପ ଥିବାରୁ ତାଙ୍କୁ ମେଡିକାଲକୁ ନେଇ ଆସିଥିଲେ । ହେଲେ କୈାଣସି କାରଣ ବସତଃ ତାଙ୍କର ଡାକ୍ତରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଏଭଳି ତୁମୁଳ କାଣ୍ଡ ଘଟିଥିଲା । ଯାହା ସ୍ପଷ୍ଟଭାବେ ଜଣାପଡ଼ି ନାହିଁ । କିନ୍ତୁ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ନିର୍ମଳଙ୍କ ସହିତ ଥିବା ଦୁଇ ଯୁବକ ମଧ୍ୟ ତାଙ୍କୁ ମାଡ ମାରୁଥିବା ନେଇ ଅଭିଯୋଗ ହୋଇଛି । ଏହି ସମୟରେ ଜଣେ ଉପସ୍ଥିତ ଥିବା ପୋଲିସ କର୍ମଚାରି ତାଙ୍କୁ ଅଟକାଇଥିଲେ ମଧ୍ୟ ଯୁବକ ଦ୍ବୟ ଡାକ୍ତରଙ୍କୁ ମାଡ ମାରିଛନ୍ତି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ସଂପୃକ୍ତ ଡାକ୍ତର ଏନେଇ ପର୍ଜଙ୍ଗ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

 

 

Leave A Reply

Your email address will not be published.