ରାଜ୍ୟ

ଅଷ୍ଟମ ଦିବସରେ ବରଗଡ଼ ଧନୁଯାତ୍ରା, ସମ୍ପନ୍ନ ହୋଇଛି ରାଧା କୃଷ୍ଣଙ୍କ ନାବକେଳୀ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିବସରେ ଗୋପରେ କୃଷ୍ଣମୟ ପରିବେଶ । ଗୋଟିଏ ପରେ ଗୋଟିଏ ଲୀଳା ଦେଖାଇ ମନ ମୋହୁଛନ୍ତି କାଳିଆ ସୁନା । ଏସବୁ ଭିତରେ ସମ୍ପନ୍ନ ହୋଇଛି ରାଧା କୃଷ୍ଣଙ୍କ ନାବକେଳୀ । ଏହି ମନୋରମ ଦୃଶ୍ୟ ଦେଖିବାକୁ ବରଗଡ଼ ମନାବନ୍ଧରେ ଜମିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଏପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା । ଯାତ୍ରାର ଅଷ୍ଟମ ଦିବସରେ ମହାରାଜ କଂସଙ୍କ ନଗର ଭ୍ରମଣ, ଅକ୍ରୁରଙ୍କ ଗୋପପୁର ଗମନ ଓ ଯମୁନା ବାଲିରେ କୃଷ୍ଣ ପାଦ ଦର୍ଶନ ଦୃଶ୍ୟ ଅଭିନୀତ ହେବ ।

ସାରା ଗୋପପୁର ହୋଇଉଠିଛି କୃଷ୍ଣ ମୟ । ନଟଖଟିଆ କାହ୍ନୁ ଗୋଟିଏ ପରେ ଗୋଟିଏ ଲିଳା କରିଚାଲିଛନ୍ତି । କେତେ ବେଳେ ଗୋପୀଙ୍କ ଦଧିହାଣ୍ତି ଭାଙ୍ଗୁଛନ୍ତି ତ ଆଉ କେତେବେଳେ ବସ୍ତ୍ର ହରଣ କରୁଛନ୍ତି । ପ୍ରତିଦିନ ପରି ରାଧା ଓ ଗୋପି ମାନେ ମଥୁରାକୁ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ପାରି ହୋଇ ଆସିଲା ବେଳକୁ କୃଷ୍ଣ ନାଉରୀଆ ବେଶରେ ଜଗି ରହିଥାନ୍ତି ଓ ତାପରେ ହୋଇଥାଏ ରାଧାକୃଷ୍ଣ ଙ୍କ ନାବକେଳୀ । ଅଷ୍ଟମ ଦିନରେ ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧଠାରେ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା । ରାଧା କୃଷ୍ଣଙ୍କ ଏହି ପ୍ରେମ ରେ ଆତ୍ମବିଭୋର ହୋଇପଡିଥିଲେ ଦର୍ଶକ ।

ଏପଟେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମହାରାଜ କଂସ କରିଚାଲିଛନ୍ତି ଷଡ଼ଯନ୍ତ୍ର । କଳେ ବଳେ କୌଶଳେ କିପରି କୃଷ୍ଣ ବଳରାମଙ୍କୁ ନିଧନ କରିବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି କଂସାସୁର । ଠିକ୍ ଏତିକି ବେଳେ ମଥୁରାରେ ଧନୁଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ଦେବର୍ଷି ନାରଦ । ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମଙ୍କୁ ନେଇ ଆସିବା ପାଇଁ ମନ୍ତ୍ରୀ ଅକୃରଙ୍କ ହାତରେ ଚିଟାଉ ଦେଇ ପଠାଇଛନ୍ତି ଗୋପପୁର । ସେପଟେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଶଙ୍ଖଚୁଡ ସାପ ଯାଇଛି ଗୋପପୁର ।

ତେବେ ଆଜି ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିନରେ ମହାରାଜ କଂସଙ୍କ ନଗର ଭ୍ରମଣ ସହ ଇନ୍ଦ୍ରଙ୍କ ସହିତ ଯୁଦ୍ଧ ଓ ବନ୍ଦୀ, ଯମପୁର ଆତ୍କମଣ ଦୃଶ୍ୟ ଅଭିନୀତ ହେବ । ଅନ୍ୟପଟେ ଗୋପପୁରରେ ନଟଖଟିଆ କାହ୍ନୁଙ୍କ ଗିରି ଗୋବର୍ଦ୍ଧନ ଧାରଣ, ଅକ୍ରୁରଙ୍କ ଗୋପପୁର ପ୍ରବେଶ । ଯମୁନା ନଈରେ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦର୍ଶନ, କୃଷ୍ଣ ବଳରାମଙ୍କ ସହ ଅକ୍ରୁରଙ୍କ ସାକ୍ଷାତର ଦୃଶ୍ୟ ଅଭିନତ ହେବ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

21 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago