ମକର ସଂକ୍ରାନ୍ତିରେ ଅବସରରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗି ହେଲା ପୋଡପିଠା ଓ ମକର ଚାଉଳ ଭୋଗ

ଭଦ୍ରକ (କେନ୍ଯୁଜ୍): ପବିତ୍ର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗି ହୋଇଛି ପୋଡପିଠା ଓ ମକର ଚାଉଳ ଭୋଗ । ଏହାସହ ସେବାୟତଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଆଜି ଭୋରୁ ପହଡ ଖୋଲା ହେବା ପରେ ପ୍ରଥମେ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି।

କୋଭିଡ ମହାମାରୀ ପାଇଁ ବାବା ଆଖଣ୍ଡଳମଣୀଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ଏଥିପାଇଁ ଶୂନଶାନ ରହିଛି ବାବାଙ୍କ ପୀଠ । ମନ୍ଦିର ବାହାରୁ ଦର୍ଶନ କରି ଫେରୁଛନ୍ତି ଭକ୍ତ ।

Leave A Reply

Your email address will not be published.