ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ମହାସଂଘର ଚେତାବନୀ, ଉଚିତ ନିଷ୍ପତ୍ତି ନ ନେବା ଯାଏ ଜାରି ରହିବ ଆନ୍ଦୋଳନ

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ।ମହାସଂଘର ଚେତାବନୀ ଏହି ଆନ୍ଦୋଳନ ଆଗକୁ ତୀବ୍ର ହେବ । ଚାଳକମାନଙ୍କ ପରିବାର ରାଜରାସ୍ତାକୁ ଓହ୍ଲାଇବେ । ଯେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଭୁବନେଶ୍ୱର (କେନ୍ୟୁଜ): ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ପୋଷ୍ଟର, ବ୍ୟାନର ଓ ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ଉଚିତ ଦରମା, ବୀମା, ୬୦ ବର୍ଷ ପରେ ଡ୍ରାଇଭରଙ୍କୁ ସୁରକ୍ଷା ଆଦି ୧୦ ଦଫା ଦାବିରେ ଧାରଣା ଦେଇଛି ଡ୍ରାଇଭର ଏକତା ମହାମଞ୍ଚ। ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଡ୍ରାଇଭର ପ୍ରତିବାଦ କରିଛନ୍ତି। ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ଗୁପ୍ତେଶ୍ବର ମହାନ୍ତି କହିଛନ୍ତି ଯେ ଏହି ଆନ୍ଦୋଳନ ଆଗକୁ ତୀବ୍ର ହେବ । ଚାଳକମାନଙ୍କ ପରିବାର ରାଜରାସ୍ତାକୁ ଓହ୍ଲାଇବେ । ଯେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ବିଭିନ୍ନ ସ୍ଥାନରେ ରାଜପଥରେ ଅଟକିଛି ଶହ ଶହ ବସ୍‌ ଓ ଟ୍ରକ । ମାଲ୍‌ ପରିବହନ ପ୍ରଭାବିତ ହୋଇଛି । ହଳଦିଆ ରଙ୍ଗର ନମ୍ବର ପ୍ଲେଟ୍‌ ଥିବା ଗାଡ଼ିକୁ ଅଟକାଇଥିଲେ। ଧଳା ରଙ୍ଗ ନମ୍ବର ପ୍ଲେଟ୍‌ ବିଶିଷ୍ଟ କାର୍‌, ବସ୍‌ ଓ ବାଇକ୍‌ ଚାଳକକୁ ଛାଡ଼ିଥିଲେ ଆନ୍ଦୋଳନରତ ଡ୍ରାଇଭର। ବ୍ଲକ୍‌, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି । ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି । କିଛି ସ୍ଥାନରେ ବସ୍‌, ଟ୍ରକ୍‌, ଟ୍ୟାକ୍ସି ଏବଂ ସର୍ବସାଧାରଣ ପରିବହନ ଯାନକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ । ଫଳରେ ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରାଞ୍ଚଳ ରାଜରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ବହୁ ସମୟ ଧରି ରାସ୍ତା ଜାମ୍‌ ସ୍ଥିତି ଉପୁଜିଥିଲା । ଧର୍ମଘଟରୁ ଆମ୍ବୁଲାନ୍‌ସ, ସ୍କୁଲ ଗାଡ଼ି ଓ ଜରୁରୀ ସେବାକୁ ବାଦ ଦିଆଯାଇଛି। ଗାଡ଼ି ଚଳାଚଳ ସ୍ୱାଭାବିକ ନଥିବାରୁ ବହୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Leave A Reply

Your email address will not be published.