ତୃତୀୟ ଦିନରେ ମିଶନ ଶକ୍ତି ମହିଳାଙ୍କ ଧାରଣା, ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ

ତୃତୀୟ ଦିନରେ ପହଞ୍ଚିଛି ମିଶନ ଶକ୍ତି ମହିଳାଙ୍କ ଧାରଣା।  ଶୀତ କାକରରେ ହକ୍ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛି ଜିପିଏଲଏଫ ସଂଘ ।  ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଶୀତୁଆ ରାତିରେ ରାସ୍ତାରେ ପଡ଼ି ରହିଛନ୍ତି ।

ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ ପଛେ, ହେଲେ ଆଦୌ ହଟିବେ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ।  ୯ ମାସ ଧରି ମିଳିନି ଦରମା ।  ଚୁକ୍ତିର ଅବଧି ପୁରି ସାରିଥିଲେ ବି ଏହାକୁ ନବୀକରଣ କରାଯାଇନାହିଁ ।  ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ।  ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।