ଦିନେ ଥିଲେ ବିୟୁଟିସିଆନ୍ ଏବେ ରାସ୍ତା କଡ଼ରେ ବ୍ୟବସାୟ କରୁଛନ୍ତି ଚିକେନ ପକୋଡ଼ା

ଭୁବନେଶ୍ୱର: ଗରମ ଗରମ ଚିକେନ ପକୋଡ଼ା ଦେଖିଲେ ପାଟିରୁ ଲାଳ ବାହାରି ଆସିବ। ଗରମ ତେଲ କଡେଇରେ ଛଣା ଚାଲିଛି ଚିକେନ୍ ପକୋଡା ସହ ଅଣ୍ଡା ଚପ୍ । ବାସ୍ନାରେ ମହକୁଛି ଚାରିଆଡ଼ । ଖାଇବା ପାଇଁ ଏପଟେ ଲୋକଙ୍କ ଗହଳି ବି ଜମିଛି । କଡ଼େଇରୁ ଗରମ ଗରମ ପକୋଡା ବାହାରୁ ବାହାରୁ ଆଖିପିଛୁଳାକେ ସରିଯାଉଛି । ଆଇଆରସି ଭିଲେଜ ନୟାପଲ୍ଲୀ ହାଇସ୍କୁଲ କାନ୍ଥ ରାସ୍ତା କଡରେ ଛତା ଟଣା ଛୋଟ ଠେଲା ଉଠା ଦୋକାନଟିଏ l ଦୋକାନରେ ଗୋଟିଏ ଥାଳିଆରେ କିଛି ଚିକେନ ଲେଗ ପିସ ଆଉ ପକୋଡା ଛଣା ହୋଇ ରଖା ଯାଇଥାଏ l ଦୋକାନ ଭିତରେ ଜଣେ ମହିଳା ଏପାଖ ସେପାଖ ହେଉଥାନ୍ତି l ଗୋଟିଏ ଛୋଟ ଗ୍ୟାସ ଉପରେ ଲୁହା କଡେଇରେ ଗରମ ତେଲ ରେ କିଛି ଚିକେନ ମସଲାରେ ପାଗ କରି ପକାଇ ଛାଣିଚାଲି ଥାନ୍ତି l ବେଳେ ବେଳେ ଚିଙ୍ଗୁଡ଼ି କିଛି ପାଗ କରିଦେଉଥାନ୍ତି ଆଉ ସେହି ଟକମକ ଗରମ ତେଲରେ ଛାଣି ରଖୁଥାନ୍ତି l
ଆମର ନଜର ପଡିଲା ସେହି ମହିଳାଙ୍କ ଉପରେ l ସୁନ୍ଦର ସୁସ୍ୱାଦୁ ଖାଦ୍ୟ ପରଷି ଦେଉଥାନ୍ତି ସମସ୍ତଙ୍କୁ l ପ୍ରକୃତରେ ଏ ମହିଳା କାହିଁକି ଆଜି ରାସ୍ତା କଡ଼ ଠେଲା ଦୋକାନରେ ଲେଗ ପିସ ଚିକେନ ପକୋଡା ବିକୁଛନ୍ତି ଜାଣିବା ପାଇଁ ଆଲୋଚନା କରିଥିଲୁ l ମହିଳା ଜଣଙ୍କ ନାମ ସରୋଜିନୀ l ଦୀର୍ଘ ବର୍ଷ ହେଲା ଭୁବନେଶ୍ୱରର ଫୁଟପାଥ ରେ ବସି ଏଭଳି ବିକ୍ରୀ କରିଛନ୍ତି ଚିକେନ ପକୋଡା l ପ୍ରକୃତରେ କେଉଁ ପରିସ୍ଥିତିରେ ପଡି ଚିକେନ ପକୋଡା ବିକିଲେ ଆଗରୁ କଣ କରୁଥିଲେ ପଚାରିବାରୁ ସେ କହିଥିଲେ ଵାସ୍ତବିକ ସେ ଜଣେ ବିୟୁଟି ସିଆନ l ଅନେକ ଅସୁନ୍ଦରୀ ମାନଙ୍କୁ ସୁନ୍ଦରୀ କରିପାରନ୍ତି ଅଳ୍ପ ସମୟ ଭିତରେ l ଜଣେ ପ୍ରତିଭା ସମ୍ପନ୍ନ ମହିଳା ପରିସ୍ଥିତି ବାଧ୍ୟ କଲା ଆଜି ବସି ଏଭଳି ରାସ୍ତା କଡରେ ଚିକେନ ପକୋଡା ବିକୁଛନ୍ତି l
ଦିନେ ଯାହାଙ୍କ ହାତର ଯାଦୁରେ ଯୁବତୀ କୁହନ୍ତୁ କି ମହିଳା ନିଜର ସୌନ୍ଦର୍ଯ୍ୟ ବଢା଼ଉଥିଲେ l ଆଜି ସେହି ମହିଳା ରାସ୍ତା କଡରେ ଚିକେନ ପକୋଡ଼ା ବ୍ୟବସାୟ କରୁଛନ୍ତି । କାରଣ ମୋବାଇଲ ଯୁଗରେ ସମସ୍ତେ ମୋବାଇଲ ଦେଖି ନିଜେ ନିଜେ ମେକଅପ୍ ନେଲେ ତେଣୁ ଆଉ କେହି ଆସିଲେନି ଦୋକାନକୁ ଯାହା ଫଳରେ ଏମିତି ପରିସ୍ଥିତିରେ ପଡ଼ି ଶେଷରେ ବାଧ୍ୟ ହୋଇ ଏଭଳି ବ୍ୟବସାୟ କଲେ l ସବୁଠୁ ବଡ଼ କଥା ହେଉଛି ଆଜି ଏହି ବ୍ୟବସାୟ ଲାଭ ଟଙ୍କାରୁ କିଛି ଭାଗ ଗରିବ ଦିନ ହିନ ଦୁଃଖୀ ରଙ୍କିଙ୍କୁ ଦିଅନ୍ତି l ଆଉ କିଛି ବାପା ମାଙ୍କ ସେଵା ରେ ଆଉ କିଛି ନିଜ ଖର୍ଚ୍ଚ l ଏତେ ସୁସ୍ୱାଦୁ ଖାଦ୍ୟ କରନ୍ତି ଲୋକ ଥରେ ଖାଇଲେ ଆଉ ଥରେ ଆସିବାକୁ ଚାହିଁବ l ଏଥିରେ ବଞ୍ଚିବା ପସନ୍ଦ କରନ୍ତି ସେ l ବିୟୁଟିସିଆନରୁ ଆସି ଏମିତି ବ୍ୟବସାୟ କରୁଛନ୍ତି ବୋଲି ସରୋଜିନୀ କେବେ ଭାବନ୍ତିନି l ସବୁବେଳେ କାମ ଯାହା ହେଉ ତାକୁ ମନ ଦେଇ କରିଲେ ଭଲ l ଆଉ ସବୁଠାରୁ ବଡ଼ କଥା ହେଲା ଜୀବନରେ ଯେଉଁ ମାନେ ହାରିଯାଇ ଭୁଲ ପଦକ୍ଷେପ ନିଅନ୍ତି ସେମାନେ ଜୀବନରେ ହାର ମାନିବା ଉଚିତ ନୁହେଁ ସଂଘର୍ଷ କରି ବଞ୍ଚିବା ଜୀବନ ବୋଲି କୁହନ୍ତି l
Also read:ରାଜାଚକ୍ରଙ୍କ ଅଡୁଆ, ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ