ଗଜପତିରେ ପୁଣି ଥରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା

ଗଜପତି(କେନ୍ଯୁଜ୍): ଗଜପତିରେ ପୁଣି ଥରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗଜପତି ରାୟଗଡ ତହସିଲ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣାରେ ଆନ୍ଧ୍ର ତରଫରୁ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡୀ କେନ୍ଦ୍ରକୁ ଗତ ଦୁଇ ଦିନ ପୂର୍ବେ ପ୍ରଶାସନ ତରଫରୁ ସିଲ୍ କରାଯାଇଥିଲା । ଯାହାକୁ ନେଇ ଆଜି ମାଣିକପାଟଣା ଗ୍ରାମରେ ଆନ୍ଧ୍ର ପୋଲିସ ଓ ପ୍ରଶାସନ ପହଞ୍ଚିଥିଲେ । ଯାହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଗଜପତି ଜିଲ୍ଲା ପ୍ରଶାସନକୁ ସୂଚନା ଦେବାପରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ବରେ ଉପଜିଲ୍ଲାପାଳ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମଚରଣ ପାତ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସେପଟେ ଗଜପତି ଜିଲ୍ଲା ପ୍ରଶାସନ ପହଞ୍ଚିବା ପୂର୍ବରୁ ଆନ୍ଧ୍ର ପକ୍ଷରୁ ଆସିଥିବା ଡିଏସପି ଶିବରାମ ରେଡ୍ଡି, ସିଆଇ ଡିବିଟି ସତୀଶ କୁମାର, ଏମାର ବି ପାପା ରାଓ ଓ ମନ୍ଦୁଷା ମଣ୍ଡଳ ସର୍ଭେରର ମୋହନ ରାଓ ପ୍ରମୁଖ ଛତ୍ରଭଙ୍ଗ ଦେଇ ଚାଲିଯାଇଛନ୍ତି । ଗତକାଲି ମଧ୍ୟାହ୍ନ ସମୟରେ ସୀମା ବିବାଦକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ମଧ୍ୟରେ ରୁଦ୍ଧ ଦ୍ୱାର ଆଲୋଚନା ହୋଇଥିଲା । ଗଜପତି ଜିଲ୍ଲା ରାୟଗଡ ତହସିଲ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ମାଣିକ ପାଟଣା ଗ୍ରାମରେ ଆନ୍ଧ୍ର ତରଫରୁ କରାଯାଇଥିବା ଅସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣକୁ ବିରୋଧ କରିବା ସହ ଗତ ଦୁଇଦିନ ପୂର୍ବେ ସିଲ୍ କରିଥିଲା ଜିଲ୍ଲା ପ୍ରଶାସନ। ଏନେଇ ଗଜପତି ଜିଲ୍ଲା ପ୍ରଶାସନ ଗୁରୁନାଥ ଶବର ନାମକ ଜଣେ ଗ୍ରାମବାସୀଙ୍କୁ ଗିରଫ କରିଛି । ଉକ୍ତ ବ୍ୟକ୍ତିଙ୍କ ଗିରଫଦାରୀକୁ ଆନ୍ଧ୍ର ତରଫରୁ ଆଲୋଚନା କରିବା ପାଇଁ ଆସିଥିବା ଶ୍ରୀକାକୁଲମ ଜିଲ୍ଲା ପିଏ ଆଇଟିଡିଏ ସିଏଚ ଶ୍ରୀଧର ବିରୋଧ କରିବା ସହ ପ୍ରତିବାଦ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ କଥା କଟାକଟି ହୋଇଥିଲା । ଦୀର୍ଘ ସମୟର ରୁଦ୍ଧ ଦ୍ୱାର ଆଲୋଚନା ପରେ ବାହାରକୁ ଆସିଥିଲେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ବାହାରକୁ ଆସିଥିଲେ ।

ଆନ୍ଧ୍ର ପକ୍ଷରୁ ଶ୍ରୀକାକୁଲମ ପିଏ ଆଇଟିଡିଏ ସିଏଚ ଶ୍ରୀଧର ଗଣମାଧ୍ୟମକୁ ନିଜ ପକ୍ଷ ରଖି ଅଙ୍ଗନୱାଡି କେନ୍ଦ୍ର ଘଟଣାକୁ ସତ୍ୟ ବୋଲି କହିବା ସହ ହିତାଧିକାରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ଗୁରୁନାଥ ଶବରଙ୍କ ଗିରଫଦାରୀ ଘଟଣାର ଉଭୟ ରାଜ୍ୟର ପୋଲିସ ତଦନ୍ତ କରିବ ବୋଲି କହିଛନ୍ତି। ଏହାସହ ଆନ୍ଧ୍ର ଓ ଓଡିଶା ମିଳିତ ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସେଟେଲମେଣ୍ଟ କାର୍ଯ୍ଯାଳୟର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଏପରିକି ମାଣିକପାଟଣା ଗ୍ରାମରେ ସଠିକ ସୀମା ନିର୍ଦ୍ଧାରଣ ହୋଇନଥିବାରୁ ଉଭୟ ରାଜ୍ୟର ଯୋଜନା କିଛି ଲୋକ ପାଉଛନ୍ତି । ତେଣୁ ଉଭୟ ରାଜ୍ୟ ପକ୍ଷରୁ ସୀମା ନିର୍ଦ୍ଧାରଣ ନହେବା ଯାଏଁ ସୀମାନ୍ତ ଅଞ୍ଚଳବାସୀ ଭାଇଚାରା ନିଦର୍ଶନ ଦେଇ ବସବାସ କରିବାକୁ ଅନୁରୋଧ କରିଛନ୍ତି । ସେପଟ ସ୍ଥାନୀୟ ଅଞ୍ଚଳବାସୀଙ୍କ ଓ ନିର୍ବାଚିତ ପ୍ରତିନିଧି ଓଡିଶାର ନୀରବତା ଓ ଆନ୍ଧ୍ରର ଦାଦାଗିରିରେ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେପଟେ ଏଡିଏମ ଗଜପତି ଆନ୍ଧ୍ରର କୌଣସି ଚାଲାକିକୁ ପଶ୍ରୟ ଦିଆଯିବ ନାହିଁକି ଆନ୍ଧ୍ରକୁ କୌଣସି ସହଯୋଗ କରୁଥିବା ସୀମାନ୍ତବର୍ତ୍ତୀ ଆଇନାନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଓଡିଶା ସୀମାର ସଠିକ ସୁରକ୍ଷା କରାଯାଉଛି ଆନ୍ଧ୍ରକୁ ସହଯୋଗ କରି ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ ପୁଷ୍ଟିକର ଖାଦ୍ୟ ବଣ୍ଟନ ଅଭିଯୋଗରେ ଗୁରୁନାଥ ଶବରକୁ ଗିରଫ କରାଯାଇଛି । ଆନ୍ଧ୍ରର ଅନୁରୋଧ କ୍ରମେ ଗୁରୁନାଥଙ୍କ ଜାମିନ ପାଇ ପ୍ରଚେଷ୍ଟା କରିବ ବୋଲି କହିଛନ୍ତି । ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ସମୟରେ ବି ଏହି ବିବାଦ ଦେଖିବାକୁ ମିଳିଥିଲା । ସେହି ସମୟରେ ବି କୌଣସି ସମାଧାନ ବାଟ ବାହାର କରିପାରିଲେ ନାହିଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ । ତେବେ ଦେଖିବାକୁ ବାକିରହିଲା କେବେ ଆନ୍ଧ୍ର-ଓଡିଶାର ସୀମା ବିବାଦ ସମାପ୍ତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.