ଟୋକନ କଣ୍ଟ ସରିଗଲେ ମିଳିବ ଆହୁରି ୧୫ ଦିନ ସମୟ, ଚାଷୀମାନେ ବିନା ଅସୁବିଧାରେ କରିପାରିବେ ଧାନ ବିକ୍ରି

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ବିଜେଡିର ଚାଷୀ ବଞ୍ଚାଓ ସମାବେଶର ଦିନକ ପରେ ମୁହଁ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚାଷୀଙ୍କର ସମସ୍ତ ଧାନ କିଣା ଯିବ । କେହି ମଧ୍ୟ ବାଦ୍ ପଡିବେ ନାହିଁ । ଟୋକନ ଅବଧି ସରିଗଲେ ମଧ୍ଯ ଆହୁରି ୧୫ ଦିନ ବଢାଯିବ । ଚାଷୀମାନେ ବିନା ଅସୁବିଧାରେ ଧାନ ବିକ୍ରି କରିପାରିବେ । ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି ।

 

 

Also read: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ସବୁଠୁ କୁନି ପରିକ୍ଷାର୍ଥୀ, ଉଚ୍ଚତା ମାତ୍ର ଦେଢ଼ ଫୁଟ