ପାଣି ବାଲଟିରେ ବୁଡି ଚାଲିଗଲା ଦେଢ଼ବର୍ଷ ଶିଶୁପୁତ୍ରର ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସିଲିଦାରେ ସୋମବାର ଅଭାବନୀୟ ଘଟଣା ଘଟିଛି । ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ପାଣି ବାଲଟିରେ ବୁଡି ମତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଉଛନ୍ତି ଉକ୍ତ ଗ୍ରାମର ଜିତେନ ବେହେରାଙ୍କ ପୁଅ ।
ସୂଚନାଯୋଗ୍ୟ ଯେ, ଶିଶୁପୁତ୍ରକୁ ଅଟୋ ସାହାଯ୍ୟରେ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକଙ୍କୁ ପାଟଣା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଥାନାକୁ ରିପୋର୍ଟ ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ୨ଟି ଅଟୋରେ ଆସିଥିବା ପରିବାର ଓ ଗାଁ ଲୋକେ ଶିଶୁ ପୁତ୍ରକୁ ବ୍ୟବଚ୍ଛଦ କରିବାକୁ ନଦେଇ ଜୋର୍ ଜବରଦସ୍ତ ଭାବେ ଶିଶୁପୁତ୍ରକୁ ମେଡିକାଲରୁ ନେଇ ଘରକୁ ପଳାଇଛନ୍ତିି । ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ଜଣାଇଥିଲେ । ଖବର ପାଇ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।
ଆହୁରି ପଢ଼ନ୍ତୁ : ବନ୍ଧୁକ ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କା, ମାଲ ଗୋଦାମ ବ୍ୟବସାୟୀ ଆହତ