୨୦ କୋଟି ଟଙ୍କା ଠକେଇ, ଜଣେ ଗିରଫ

ସମ୍ବଲପୁର : ୨୦କୋଟି ଠକେଇ, ଜଣେ ଗିରଫ । ସମ୍ବଲପୁରରେ ବଡ ଧରଣର ଠକେଇର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ l ଟ୍ରେଡିଂ ନାଁରେ ଲୋକଙ୍କ ଠାରୁ ମୋଟା ଅଙ୍କରେ ଟଙ୍କା ନିବେଶ କରୁଥିଲା l ଭଲ ରିଟର୍ଣ୍ଣ ଦେବା ଲାଭ ଦେଖାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ଏସପି ସୂଚନା ଦେଇଛନ୍ତି l ମୋଟା ଅଙ୍କର ରିଟର୍ଣ୍ଣ ନାଁରେ ସରକାରୀ ଅଧିକାରୀ, ବ୍ଯବସାୟୀଙ୍କଠାରୁ ୨୦ରୁ ଉର୍ଦ୍ଧ୍ବ କୋଟି ଟଙ୍କାର ଠକେଇ କରିଥିବା ଏସପି କହିଛନ୍ତି l

ଏହି ଟ୍ରେଡିଙ୍ଗ ନାଁରେ ଠକିବା ଅଭିଯୋଗରେ ସଦର ପୋଲିସ ମଧୁସୂଦନ ବରେଇ ନାମକ ଜଣଙ୍କୁ ଗିରଫ କରିଛି l ଅଭିଯୁକ୍ତ ଜଣକ AA ENTRRPRISES ନାଁରେ ଏକ ସଂସ୍ଥା କୋଭିଡ ପରେ ଖୋଲିଥିଲା l ବିନିଯୋଗ ହେଉଥିବା ଟଙ୍କାରେ ମାସିକୁ ୧୦ ପ୍ରତିଶତ ସୁଧ ଦେବା ଲୋଭ ଦେଖାଇଥିଲା ଅଭିଯୁକ୍ତ l ସେ ପ୍ରାରମ୍ଭିକ ପର୍ଯ୍ଯାୟରେ ୪୭ ଲୋକଙ୍କ ଠାରୁ ଠକିଥିବା ଏସପି କହିଛନ୍ତି । ଏହାର ତଦନ୍ତ ଜାରି ରହିଛି l ଅଭିଯୁକ୍ତଙ୍କ ଠାରୁ ୭ ଟି ପାସବୁକ, ୩ଟି ଚେକ୍ ବୁକ, ୬ଟି କଂପ୍ୟୁଟର ଜବତ କରିଛି ପୋଲିସ l ଠକେଇ କରିଥିବା ସମସ୍ତ ଟଙ୍କା ଅଭିଯୁକ୍ତ ନିଜ ନିଜ ସମ୍ପର୍କୀଙ୍କ ଆକାଉଣ୍ଟ ରେ ରଖିଥିବା ପୋଲିସ ସୂଚନା ଦେଇଛି l