ପାରାଦୀପରେ ଚୋରା କୋଇଲା କାରବାର, ୫ ଟନର କୋଇଲା ଉଦ୍ଧାର ବେଳେ ଜଣେ ଗିରଫ

ପାରାଦୀପ: ପାରାଦୀପରେ ଲମ୍ବିଛି ଚୋରା କୋଇଲା ବ୍ୟବସାୟର ଚେର ।  ପୋଲିସ ଚଢ଼ାଉ କରି ଟନ ଟନ ଚୋରା କୋଇଲା ଆଠରବାଙ୍କିରୁ ଜବତ କରିଛି ।  ପାରାଦୀପ ବନ୍ଦରରୁ ଟ୍ରେନ୍ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା ମୂଲ୍ୟବାନ କୋଇଲାକୁ କିଛି ଦୁର୍ବୃତ୍ତ ଅଧା ବାଟରେ କାଢି ବିକ୍ରି କରୁଥିବା ଜଣାପଡ଼ିଥିଲା । ପାରାଦ୍ଵୀପ ସିଜୁ ରେଲୱେ ଷ୍ଟେସନ ନିକଟରେ କିଛି ବ୍ୟକ୍ତି କୋଇଲା କାଢି ଥିବା ଖବର ପାଇବା ପରେ, ରେଲୱେ ସୁରକ୍ଷା ବଳ ସେଠାରେ ପହଞ୍ଚି ପାଖାପାଖି ୫ ଟନ୍ ର କୋଇଲା ଉଦ୍ଧାର କରିଥିବା ବେଳେ ଗୋଟିଏ ବାଇକ୍ ଜବତ କରିଥିଲେ ।

ଘଟଣାର ତଦନ୍ତ ରେଲୱେ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇ ପାରାଦ୍ଵୀପରେ ଚଢ଼ାଉ କରିଥିଲା ।  କୋଇଲା ଚୋରି ରାକେଟର ଜଣଙ୍କୁ ଗିରଫ କରିବା ପରେ ବିଳମ୍ବିତ ରାତିରେ ପାରାଦ୍ଵୀପର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା ।  ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ମାନେ ଫେରାର ହୋଇଯାଇଥିବା ବେଳେ, ଦୋଛକି ନିକଟ ଏକ ପାଲ ଘେରା ଘରୁ ୩୦ ଟନ୍ ଚୋରା କୋଇଲା ଓ ତେଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

 

ଆହୁରି ପଢନ୍ତୁ : ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଟଙ୍କା ଓ ସୁନା ଅଳଙ୍କାର