ପିପିଲି ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ପିପିଲି(କେନ୍ୟୁଜ୍): ପିପିଲି ପଟ୍ଟନାୟିକିଆ ଟ୍ରିପଲ ମର୍ଡର କେସରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ଚରଣ ବେହେରାକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ କଟୁରୀକୁ ନିକଟସ୍ଥ ଜଙ୍ଗଲରୁ ଗିରଫ କରାଯାଇଛି। ଚରଣକୁ ଆଜି କୋର୍ଟ ଚାଲାଣ କରାଯିବ। ଟ୍ରିପଲ ମର୍ଡର ମାମଲାରେ ବର୍ତ୍ତମାନ ସୁଦ୍ଧା ୯ଜଣଙ୍କୁ ଗିରଫ କରାଯାଇଛି। ପାରିବାରିକ ପୂର୍ବ ଶତ୍ରୁତାରୁ ତିନି ଜଣଙ୍କୁ ଗତ ୧୪ ତାରିଖରେ ପଟ୍ଟନାୟିକିଆରେ ହତ୍ୟା କରାଯାଇଥିଲା। ଜମିଜମାକୁ କେନ୍ଦ୍ରକରି ଗତ ମେ ୧ ତାରିଖରେ ସତ୍ୟବାଦୀ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ୧୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ୩ଜଣଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ମୃତକମାନେ ଗୋଟିଏ ପରିବାରର ତିନି ଭାଇ ପଞ୍ଚୁ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ କୃଷ୍ଣଚନ୍ଦ୍ର ବେହେରା। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.