ଜଳପ୍ରପାତକୁ ଡେଇଁଲେ ଯୁବକ-ଯୁବତୀ, କାରଣ ଅସ୍ପଷ୍ଟ !

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ଏକ ଅଭାବନୀୟ ଘଟଣା ଦେଖାଦେଇଛି ନୂଆପଡ଼ା ଜିଲ୍ଲାର ଗୋଧସ ଜଳପ୍ରପାତରେ । ଦୁଇଜଣ ବ୍ୟକ୍ତି ଆଜି ଜଳପ୍ରପାତକୁ ଡେଇଁ ପଡ଼ିଛନ୍ତି । ସେମାନଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି କରାଯାଉଥିବା ବେଳେ ଏଯାଏ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଧରମବନଧ ଥାନା ଗୋଧସ ଜଳପ୍ରପାତକୁ ଜଣେ ଯୁବକ ଓ ଜଣେ ଯୁବତୀ ଡେଇଁ ପଡ଼ିଥିବା ଆଶଙ୍କା କରାଯାଉଛି । ଜଳପ୍ରପାତ ନିକଟରେ ଗୋଟିଏ ବାଇକ୍‌ , ପୋଷାକପତ୍ର ଓ ଘଣ୍ଟା ଥୁଆ ହୋଇଥିବାରୁ ଯୁବକ-ଯୁବତୀ ଜଳପ୍ରପାତକୁ ଡେଇଁ ପଡ଼ିଥିବା କୁହାଯାଉଛି ।

ଜଳପ୍ରପାତ ନିକଟରେ ଯୁବକ-ଯୁବତୀ ବାଇକ୍‌ ସହ ଠିଆ ହୋଇଥିବା ନେଇ କିଛି ଲୋକ ଦେଖିଥିଲେ । ତେବେ କେବଳ ଗାଡ଼ି ଓ ପୋଷାକପତ୍ର ଥୁଆ ହୋଇଥିବାରୁ ସେମାନେ ଜଳପ୍ରପାତକୁ ଡେଇଁ ପଡ଼ିଥିବା କୁହାଯାଉଛି । ବାଇକ୍‌ ଟି ଛତିଶଗଡ଼ର ଘରିଆବନ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଖୋଜା ଖୋଜି ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.