ଜଣେ ପ୍ରାର୍ଥୀନୀ ଗୋଟିଏ ପଞ୍ଚାୟତ, ହେଲେ ୨ଟି ପଦ ପାଇଁ ଲଡୁଛନ୍ତି ନିର୍ବାଚନ

ରେଢାଖୋଲ(କେନ୍ଯୁଜ୍): ପ୍ରାର୍ଥୀ ମାନଙ୍କୁ ନେଇ ବିଭିନ୍ନ ସମୟରେ କୌତୁହଳ ଖବର ଆସିଥାଏ । ଏଇ ଯେମିତି ଜଣେ ପ୍ରାର୍ଥୀନୀ ଗୋଟିଏ ପଞ୍ଚାୟତରେ ଦୁଇଟି ପଦବୀ ପାଇଁ ଏବେ ନିର୍ବାଚନ ଲଡୁଛନ୍ତି । ଏପରିକି ଦୁଇଟି ପଦବି ପାଇଁ ନିଜର ନିର୍ବାଚନ ଚିହ୍ନକୁ ନେଇ ମଧ୍ୟ ବୁଲିବୁଲି ପ୍ରଚାର କରୁଛନ୍ତି, ନିଜ ସମର୍ଥକଙ୍କ ସହିତ ।

ରେଢାଖୋଲ ବ୍ଲକ ବଡବାହାଲ ପଞ୍ଚାୟତର ଡମଗଡ ଗାଁର କମଳିନି ପ୍ରଧାନ ଏବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ସମିତି ସଭ୍ଯ ଦୁଇଟି ପଦବୀ ପାଇଁ ଲଡୁଛନ୍ତି । ଏପରିକି ଉଭୟ ପଦ ପାଇଁ ଭିକ୍ଷା ମାଗୁଛନ୍ତି । ପ୍ରଚାର ପତ୍ର ମଧ୍ୟ ଦୁଇଟି ପାଇଁ ବଣ୍ଟନ ମଧ୍ୟ କରୁଛନ୍ତି । ତାଙ୍କର କହିବା କଥା ହେଲା ଦୁଇଟି ପଦପାଇଁ ମୁଁ ଲୋକଙ୍କୁ କହୁଛି ଲୋକେ ଯେଉଁଥିରେ ସମର୍ଥନ କରିବେ ସେଥିରେ ମୁଁ କାମ କରିବି ।

ଅନ୍ଯପଟରେ କାଳେ ଗୋଟିଏ ପଦରେ ପ୍ରାର୍ଥୀ ହୋଇ ପରାଜୟ ହୋଇଯିବାର ଭୟରେ କମଳିନି ଏପରି ଦୁଇଟି ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ବିଜୟ ସୁନିଶ୍ଚିତ ଉଭୟ ପଦବୀରେ ବୋଲି କହିଛନ୍ତି କମଳିନୀ ପ୍ରଧାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.