ଖୋର୍ଦ୍ଧାରେ କୋଟିଏରୁ ଅଧିକ ଟଙ୍କାର ଡିଜିଟାଲ ଠକେଇ: ଜଣେ ଗିରଫ, ୪ ଫେରାର୍

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଓ ଜଟଣୀ ପୋଲିସର ମିଳିତ ଚଢାଉ । କୋଟିଏରୁ ଅଧିକ ଟଙ୍କାର ଡିଜିଟାଲ ଠକେଇରେ ଜଣଙ୍କୁ ଅଟକ ରଖି ପଚରାଉଚରା । ଉକ୍ତ ଠକକୁ ଧରି ପୋଲିସ୍ ଜିମା ଦେଇଛନ୍ତି ସ୍ଥାନୀୟ ଯୁବକ । ଏହି ଘଟଣାରେ ଅନ୍ୟ ଚାରିଜଣ ଫେରାର ଥିବା ଜଣାପଡିଛି । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଜୋରଦାର ତନାଘନା ଆରମ୍ଭ କରିଛି। ବିଟ୍ କଏନକୁ ନେଇ ଏହି ଠକେଇ ହୋଇଥିବା ଶୁଣିବାକୁ ମିଳିଛି।