କୋରାପୁଟ: କଦଳୀ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଂଜେଇ ଜବତ

କୋରାପୁଟ(କେନ୍ୟୁଜ୍):  କଦଳୀ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଂଜେଇ ଜବତ । ସୁନାବେଡା ପୋଲିସ ଦ୍ଵାରା କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ଗଂଜେଇ ସହ ଟ୍ରକ ଜବତ କରି  ୨ ଜଣଙ୍କୁ  ଗିରଫ କରାଯାଇଛି । ଜଲାପୁଟ ଅଂଚଳରୁ ବିହାର ଚାଲାଣ କରାଯାଉଥିଲା ଏହି ଗଂଜେଇ । କଦଳି ବୋଝେଇ ଟ୍ରକ ମଧ୍ୟରେ ଗଂଜେଇ ଚାଲାଣ  କରାଯାଉଥିବା ବେଳେ ସୁନାବେଡା ପୋଲିସ ହାତରେ ଏସବୁ ଗଂଜେଇ ଧରାପଡିଛି ।

ପାଖାପାଖି ୧୨ କ୍ଵିଣ୍ଟାଲ ୪କେଜି ଗଂଜେଇ ସହ ଟ୍ରକକୁ  ଜବତ କରାଯାଇଛି ।  ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି।  ଗିରଫ ୨ଜଣ ହେଲେ ଝାରଖଣ୍ଡ ରାଜ୍ଯର ରାଜୀବ କୁମାର ମାହତୋ ଓ ବିହାରର ରମଣ କୁମାର ବୋଲି ସୁଚନା ଦେଇଛନ୍ତି କୋରାପୁଟ ଏସପି ବରୁଣ ଗୁଣ୍ଟୁପଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.