ଏସସିବି ମେଡିକାଲରେ ଗୋଟିଏ ମେସିନରେ ଚାଲିଛି ସିଟି ସ୍କାନ, ସିଟି ସ୍କାନ ମେସିନ ମରାମତି ପାଇଁ ସାଧାରଣରେ ଦାବି

କଟକ: ରାଜ୍ୟର ସର୍ବ ବୃହତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଏସସିବି ମେଡିକାଲରେ ସିଟି ସ୍କାନ ମେସିନ ଅଚଳ । ଏସସିବିରେ ଦୁଇଟି ସିଟି ସ୍କାନ ମେସିନ ବହୁ ଦିନ ହେବ ଅଚଳ ହେବା ଯୋଗୁଁ ଏସସିବିକୁ ଆସୁଥିବା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିଟି ସ୍କାନ ପାଇଁ ଏସସିବି କର୍କଟ କେନ୍ଦ୍ରକୁ ଯିବାକୁ ପଡୁଛି । କିଛି ରୋଗୀ ବାହାରେ ଅର୍ଥାତ ପ୍ରାଇଭେଟ ହସ୍ପିଟାଲରେ ଟଙ୍କା ଖର୍ଚ୍ଚ କରି ସିଟି ସ୍କାନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏସସିବିକୁ ନୂଆ ସିଟି ସ୍କାନ ମେସିନ କିମ୍ବା ସିଟି ସ୍କାନ ମେସିନ ମରାମତି ପାଇଁ ରୋଗୀ , ରୋଗୀଙ୍କ ସମ୍ପର୍କୀୟ ଓ ସାଧାରଣରେ ଦାବି ହେଉଛି।
ଏସସିବି ମେଡିକାଲରେ ୨ଟି ସିଟିସ୍କାନ ମେସିନ ଅଚଳ ହୋଇ ପଡ଼ିଛି । ଅନେକ ଦିନ ହେବ ସିଟି ସ୍କାନ ମେସିନ ଅଚଳ ଯୋଗୁଁ ବହୁ ଗୁରୁତର ରୋଗୀ ଅସୁବିଧାର ହେଉଛନ୍ତି ସମ୍ମୁଖୀନ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରୋଗୀ ସିଟି ସ୍କାନ ମେସିନ ଅଚଳ ଯୋଗୁଁ ଏସସିବି କର୍କଟ କେନ୍ଦ୍ରକୁ ଯାଉଛନ୍ତି । କିଛି ଗରିବ ରୋଗୀ ମାଗଣା ଚିକିତ୍ସା ପାଇଁ ଏସସିବିକୁ ଆସୁଥିବା ବେଳେ ସିଟି ସ୍କାନ ପାଇଁ ପ୍ରାଇଭେଟ ଡାଈଗୋନୋଷ୍ଟିକ ସେଣ୍ଟରରେ ଯାଇ ସିଟି ସ୍କାନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଗୁରୁତର ରୋଗୀମାନଙ୍କୁ କର୍କଟ କେନ୍ଦ୍ର ଭିତରେ ଥିବା ସିଟି ସ୍କାନରେ କରିବାକୁ ପଡୁଛି ।
ଏସସିବିରେ ଦିନକୁ ୨୦୦ରୁ ଉର୍ଦ୍ଧ୍ବ ସିଟି ସ୍କାନର ଆବଶ୍ୟକତା ପଡୁଛି । ଗୋଟେ ସିଟି ସ୍କାନ ମେସିନ ୩୦ ରୁ ୪୦ ଟି ସ୍କାନିଂ କରିବା କଥା କିନ୍ତୁ ଅଧିକ କରିବାକୁ ପଡୁଛି । ଯାହା ପାଇଁ ମେସିନ ଖରାପ ହେଉଛି । ଏସସିବି ଆଞ୍ଚଳିକ ନିଦାନ କେନ୍ଦ୍ରରେ ଥିବା ସିଟି ସ୍କାନ ମେସିନ ୧୪ ବର୍ଷ ପୁରୁଣା । ଏହାର ମଧ୍ୟ ଆଉ ପାର୍ଟସ ମିଳୁ ନାହିଁ । osmcକୁ ବହୁ ଥର ଅବଗତ କରାଯାଇଥିଲେ ମଧ୍ୟ osmcl ନୂଆ ମେସିନ ଦେଇ ପାରୁ ନାହିଁ। କିଛି ଗୁରୁତର ରୋଗୀଙ୍କୁ ସିଟି ସ୍କାନ ପାଇଁ କର୍କଟ କେନ୍ଦ୍ରକୁ ପଠାଇବାକୁ ପଡୁଛି।
ରାଜ୍ୟର ସର୍ବ ବୃହତ ଏସସିବି ମେଡିକାଲରେ ଗୋଟିଏ ମେସିନରେ ଚାଲିଛି ସିଟି ସ୍କାନ । ୩ଟି ସିଟି ସ୍କାନ ମେସିନ ଭିତରୁ ୨ଟି ଅଚଳ । ହୋଇ ପାରୁନି ମରାମତି କି ଆସି ପାରୁନି ନୂଆ ମେସିନ । କେବେ ରୋଗୀମାନେ ସିଟି ସ୍କାନର ସୁବିଧା ପାଇବେ ତାକୁ ଅପେକ୍ଷା କରିଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ।