Categories: ରାଜ୍ୟ

କେତେ ସଫଳ ହେବ ମେକ୍‌ ଇନ ଓଡ଼ିଶା ? ସମ୍ମିଳନୀରେ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଯୋଗଦାନକୁ ନେଇ ଅଧିକ ପୁଞ୍ଜିନିବେଶ ଆଶା ଉଜ୍ଜଳ

ଭୁବନେଶ୍ବର : ଦିନକ ପରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ସଂସ୍କରଣ । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ଏଥରର ଯାତ୍ରା, ପ୍ରଥମ ସଂସ୍କରଣଠାରୁ ଅଧିକ ରୋମାଞ୍ଚକର ଥିଲା। ୨୦୧୬ରେ ପ୍ରଥମ ସଂସ୍କରଣ ସଫଳ ଥିଲା। ଦେଢ଼ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହେଲା। ତେଣୁ ଦ୍ୱିତୀୟ ସଂସ୍କରଣକୁ ଅଧିକ ଆଗକୁ ବଢାଇବାର ଚାପ ଥିଲା ସରକାରଙ୍କ ଉପରେ। ପ୍ରଥମ ସଂସ୍କରଣରେ ମେକ୍‌ ଇନ୍‌ ଓଡ଼ିଶା ପାଇଁ ଇଣ୍ଡଷ୍ଟ୍ରି ପାର୍ଟନର ଥିଲା ଉଓଓ। କିନ୍ତୁ ଦ୍ୱିତୀୟ ସଂସ୍କରଣରୁ ଓହରିବା ପାଇଁ ଗତ ଏପ୍ରିଲରେ ଘୋଷଣା କରିଥିଲା ସିଆଇଆଇ। ଶେଷ ମୁହୂର୍ତ୍ତରେ ଏପରି ଘୋଷଣା ପରେ ଅନୁମାନ କରାଗଲା ସରକାରଙ୍କୁ ଶକ୍ତ ଧକ୍କା ଲାଗିଲା। କିନ୍ତୁ ଯାହା ହେଉ ପଛେ, ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ ସରକାର।

ସିଆଇଆଇ ଓହରିବା ପରେ ମେକ୍‌ ଇନ୍‌ ଓଡ଼ିଶା ସହ ଯୋଡ଼ି ହେଲା ଫେଡେରେସନ ଅଫ ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଟଷ୍ଟ୍ରି, ୠଓଉଉଓ। କଣ୍ଟ୍ରି ପାର୍ଟନର ହୋଇଥିଲା ଜାପାନ। ବ୍ୟାଙ୍କିଙ୍ଗ୍‌ ପାର୍ଟନର ହେଲା ଏସ୍‌ବିଆଇ। ମେକ୍‌ ଇନ୍‌ ଓଡ଼ିଶା ଅଭିଯାନକୁ ମିଳିଲା ବଳ। ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ରୋଡ୍‌ ଶୋ। ଯୋଗ ଦେଇଥିଲେ ମୁକେଶ ଅମ୍ବାନୀଙ୍କ ଭଳି ବିଜନେସ୍‌ ଟାଇକୁନ୍‌। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ରୋଡ୍‌ ଶୋ ଓ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା ତୃତୀୟ ରୋଡ୍‌ ଶୋ। ଏବେ ଫାଇନାଲ ସୋ ଡାଉନ୍‌କୁ ଅପେକ୍ଷା। ଯାହା ଲାଗୁଛି, ସିଆଇଆଇ ଓହରିବା ପରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଉପରେ କୌଣସି ପ୍ରଭାବ ପଡି ନାହିଁ।

ଏଥର ମେକ୍‌ ଇନ ଓଡ଼ିଶାର ଆକର୍ଷଣ ସାଜିବେ ବିଜିନେସ ଟାଇକୁନ ମୁକେଶ ଅମ୍ବାନୀ। ତାଙ୍କ ସହ କୁମାର ମଙ୍ଗଳମ ବିର୍ଲା, ଏନ.ଚନ୍ଦ୍ରଶେଖରନ, ଅନିଲ ଅଗ୍ରୱାଲଙ୍କ ଭଳି ପ୍ରତିଷ୍ଠିତ ଶିଳ୍ପପତି ମଧ୍ୟ ଭାଗ ନେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେକ୍‌ ଇନ ଓଡିଶାର ପ୍ରଥମ ସଂସ୍କରଣରେ ପୁଞ୍ଜିନିିବେଶ ପାଇଁ ୧୨୪ଟି ପ୍ରସ୍ତାବ ଆସିଥିଲା। ଏଭିତରେ ୬୪ଟି ଶିଳ୍ପସଂସ୍ଥାର ଭିତ୍ତିପ୍ରସ୍ତର ପଡ଼ିଛି।

ଅନ୍ଯପଟେ ମେକ୍‌ ଇନ୍‌ ଓଡ଼ିଶାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି । ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି, ଓଡିଶାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ବହୁ ପରିମାଣରେ ନିବେଶ କରୁଛନ୍ତି। କିନ୍ତୁ କନ୍‌କ୍ଲେଭକୁ କୌଣସି କେନ୍ଦ୍ର ମନ୍ତ୍ରୀ କିମ୍ବା ପିଏସ୍‌ୟୁକୁ ଡକାଯାଇ ନଥିବା କହି, ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେଡିର ଜବାବ, ପିଏସ୍‌ୟୁଗୁଡିକ କନ୍‌କ୍ଲେଭରେ ସାମିଲ ଅଛନ୍ତି। ଏଥିରେ କୌଣସି ରାଜନିତୀ ନାହିାଁ କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ସମୟ ନଥିବ ସେଥିପାଇଁ ସେମାନେ ଆସୁନଥିବେ । ଯଦି ପ୍ରଭାରୀଙ୍କ ପାଖରେ କୌଣସି ନିବେଶ ସମ୍ପର୍କରେ ସୂଚନା ଥିବା ତେବେ ସେ କୁହନ୍ତୁ, ରାଜନୀତି କରନ୍ତୁ ନାହିଁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago