ମାସିକ ଋତୁ ସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଗୋଟିଏ ଦିନ ଛୁଟି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ମାସିକ ଋତୁ ସ୍ରାବ ପାଇଁ ମହିଳାଙ୍କୁ ଗୋଟିଏ ଦିନ ଛୁଟି ମିଳିବ । ଆଗରୁ ଛୁଟି ମିଳୁ ନଥିଲା । ଏବେ ଗୋଟିଏ ଦିନ ମିଳିବ । ଯେ କୌଣସି ଗୋଟିଏ ଦିନ ଛୁଟି ନେଇ ପାରିବେ ମହିଳା । ଏହା ଇଛାଧୀନ ରହିବ। ଋତୁ ସ୍ରାବ ପୀଡ଼ା ଦୂର ପାଇଁ ଏହି ଛୁଟି ଦିଆଯିବ । ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯାଉଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଏହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ମହିଳାମାନେ ଋତୁସ୍ରାବ ଦିନ କିମ୍ବା ତା’ପର ଦିନ ଏହି ଛୁଟି ପାଇପାରିବେ। କଟକରେ ସ୍ବାଧୀନତା ଦିବସ ଉତ୍ସବରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.