ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ଦିନିକିଆ ଆଲୋଚନାଚକ୍ର, ବିଷୟବସ୍ତୁ ଥିଲା “ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା”

ଭୁବନେଶ୍ବର(କେନ୍ୟୁଜ୍):ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା “ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା”। କାର୍ଯ୍ୟକ୍ରମରେ ସଭାପତି ଅଭିଭାଷଣ ପ୍ରଦାନ କରି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ ଶିକ୍ଷା ଓ ସାମାଜିକ ବିକାଶ ପାଇଁ ଶୃଙ୍ଖଳା ଏକାନ୍ତ ଆବଶ୍ୟକ। କିଟ ବିଶ୍ୱବିଦ୍ୟାଳୟରେ ଶହେରୁ ଅଧିକ ମହାବିଦ୍ୟାଳୟରେ ଶିକ୍ଷାଗତମାନ ବୃଦ୍ଧି କରି କିଭଳି ନାକ୍‌ ମାନ୍ୟତା ପାଇପାରିବେ ସେ ଦିଗରେ ଆବଶ୍ୟକ ସହାୟତା ଯୋଗାଇ ଦେଇପାରିଛି।

ଏହା ସହ ଉନ୍ନତ ଗବେଷଣା ପାଇଁ ନିଃଶୁକ୍ଳ ଇ-ଲାଇବ୍ରେରୀ, ଇ-ଲାବ ଆଦି ସୁବିଧା ମଧ୍ୟ କିଟ ପକ୍ଷରୁ ଯୋଗାଇ ଦିଆଯାଉଛି। ଏହି ଅବସରରେ ଡକ୍ଟର ସାମନ୍ତ ଶିକ୍ଷାର ବିକାଶ ନିମନ୍ତେ ଯୋଗ ଦେଇଥିବା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୪ ସୂତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୫ଶହରୁ ଊର୍ଦ୍ଧ୍ୱ କୁଳପତି, ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ । ଦିନ ତମାମ ଶିକ୍ଷା ପ୍ରାସଙ୍ଗିକତା ଉପରେ ପ୍ୟାନେଲ ଆଲୋଚନା ହୋଇଥିଲା । ଏହା ସହ କିଟ ବିଶ୍ୱବିଦ୍ୟାଳୟ ୨୦ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ଶିକ୍ଷା ବିକାଶ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

dr acjyuta samanta

ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌ ନାଗରାଜୁ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ସମ୍ବଲପୁରସ୍ଥିତ ଓଡ଼ିଶା ଓପନ ୟୁନିଭରସିଟିର କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଓ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ଥାୟୀ ସମାଜ ଗଠନ ଦିଗରେ ଶିକ୍ଷାର ଭୂମିକା ଉପରେ ଆଲୋଚନା କରିଥିଲେ। ୱାର୍ଲ୍ଡ ଲିଡରସିପ୍‌ ଏକାଡ଼େମୀ ସଦସ୍ୟ ପ୍ରଫେସର ଜୟନ୍ତ କୁମାର ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ, ୱାର୍ଲଡ ଲିଡରସିପ୍‌ ଏକାଡ଼େମୀର ଯୁଗ୍ମ ସମ୍ପାଦକ ପ୍ରଫେସର ଚିନ୍ମୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.