ଦିନିକଆ ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ

ଝାରସୁଗୁଡ଼ା (କେନ୍ଯୁଜ୍) :ଦିନିକଆ ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ । ପ୍ରଥମେ ସର୍କିଟ ହାଉସଠାରେ ପହଂଚି ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ବିଭୂତି ଭୁଷଣ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମାଝି, ପିଡି ଡିଆରଡିଏ ସତ୍ୟନାରାୟଣ ଦାସଙ୍କ ସମେତ ବହୁ ଅଧିକାରୀ ଯୋଗଦେଇଥିଲେ । ପରେ ପଣ୍ଡରୀପଥର ଠାରେ ଥିବା ସବୁଜ ମହାନଦୀ ଅଭିଯାନରେ ବୃକ୍ଷରୋପଣ କରାଯାଇଥିବା ଅଞ୍ଚଳ ବୁଲି ଦେଖିବା ସହ ସେଠାରେ ଏକ ବୃକ୍ଷରୋପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.