କାର ଧକ୍କାରେ ଜଣେ ମୃତ ,୨ ଜଣ ଗୁରୁତର ଆହତ
ଦଶପଲ୍ଲା : ହୃଦୟ ବିଦାରକ। ମାଆ ଆଖି ଆଗରେ ଚାଲିଗଲା ପୁଅର ଜୀବନ। ଘର ସମ୍ମୁଖରେ ଠିଆ ହୋଇଥିଲେ ପରିବାରର ୩ ଜଣ ସଦସ୍ୟ । ଧକ୍କା ଦେଲା ଏକ ଦ୍ରୁତଗାମୀ କାର । ଦୁର୍ଘଟଣାରେ ସାନ ପୁଅ ମୃତ । ବଡ଼ ପୁଅ ଓ ମାଆ ଗୁରୁତର ।
ଖୋର୍ଦ୍ଧା – ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଣୀଗୋଛା ଥାନା କୁଲୁରୁକୁମ୍ପା ପଞ୍ଚାୟତ କୁମ୍ଭାରବିଡ଼ାରେ ଦୁର୍ଘଟଣା ଘଟିଛି । କଟକରୁ ସୋନପୁର ଅଭିମୁଖେ କାରଟି ଯାଉଥିଲା । କୁମ୍ଭାରବିଡ଼ାଠାରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ପରିବାର ସାନ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଡ଼ ପୁଅ ଓ ମାଆ ଗୁରୁତର ହୋଇଛନ୍ତି ।
ଗୁରୁତରଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।