ଲମତାପୁଟ: ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

ଲମତାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ଲମତାପୁଟରେ ଘଟିଛି ଦୁଃଖଦ ଘଟଣା । ବଜ୍ରପାତରେ ଗୋଟାଏ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ଆହତଙ୍କ ମଧ୍ୟରୁ ୩ ଜଣକୁ କୋରାପୁଟ SLNMC ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ଘଟିଛି ଲମତାପୁଟ ବ୍ଲକ ସିଲପଡା ଗାଁରେ । ଗାଁର ସାଦେବ କିରସାନୀ ଓ ତାଙ୍କ ଭାଇର ପରିବାର ଘର ଦାଣ୍ଡରେ ବସିଥିବାବେଳେ କିଛି ଦୁର ରେ ବଜ୍ରପାତ ପଡିଥିଲା । ତାର ପ୍ରଭାବରେ ସାଦେବର ସ୍ତ୍ରୀ ଦୁର୍ଗା କିରସାନୀର ଘଟଣା ସ୍ଥଳରେ ହିଁ ମୃତ ଘଟିଥିବା ବେଳେ ପରିବାର ଅନ୍ଯ ୭ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ ୫ ମହିଳା ୨ ପୁରୁଷ ଅଛନ୍ତି ।

୭ ଆହତ ଜଣକୁ ଲମତାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜରୁରୀ ଚିକିତ୍ସା କରାଯାଇଥିଲା । ଆହତଙ୍କ ମଧ୍ୟରୁ ୩ ଜଣକ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ବେଳେ ୪ ଜଣକ ଅବସ୍ଥା ଗୁରୁତର ଥିବାରୁ ଅମ୍ବୁଲାନସ ଯୋଗେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇବାର ବ୍ଯବସ୍ଥା କରାଯାଇଥିବା ଜିଲ୍ଲା ଜରୁରୀକାଳିନ କାର୍ଯ୍ଯାଳୟ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.