କଲଭର୍ଟ ତଳକୁ ଖସି ବାଇକ ଦୁର୍ଘଟଣାଗ୍ରସ୍ତ: ଶଳା ମୃତ, ଜ୍ୱାଇଁ ଗୁରୁତର 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ମଧୁରଆମ୍ବ ଗ୍ରାମ ନିକଟରେ ଥିବା କଲଭର୍ଟ ତଳକୁ ଭାରସାମ୍ୟ ହରାଇ ଏକ ବାଇକ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ରେ ଶଳା ମୃତ୍ୟୁ ବରଣ କରିଥିବା ବେଳେ ଜ୍ୱାଇଁ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମୋହନା ଥାନା ଶିକୁଳିପଦର ପଞ୍ଚାୟତ ପଦ୍ମପୁର ଗ୍ରାମର ଟିଟୁ ନାୟକ(୩୦)।  ଗୁରୁତର ଆହତ ଜ୍ୱାଇଁ ବଡ଼ଗଡ଼ର କାଳୁଚରଣ ଦଳେଇ(୨୮) ଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ପ୍ରକାରେ ଶୁକ୍ରବାର ଟିଟୁ ଏବଂ କାଳୁଚରଣ କୌଣସି କାର୍ଯ୍ୟରେ ବାଇକ ଯୋଗେ ଲୁହାଗୁଡ଼ି ଯାଇ ମୋହନା ଫେରୁଥିବା ବେଳେ ସନ୍ଧ୍ୟା ସମୟରେ ମଧୁରଆମ୍ବ ଗ୍ରାମ ନିକଟରେ ଥିବା କଲଭର୍ଟ ସାଇଡ୍ ୱାଲକୁ ଭାରସାମ୍ୟ ହରାଇ ବାଇକଟି ଧକ୍କା ହୋଇଥିଲା। ଫଳରେ ବାଇକ ସହ ପ୍ରାୟ ୧୫ ଫୁଟ ତଳକୁ ଖସି ପଡିଥିଲା ଟିଟୁ ଏବଂ କାଳୁଚରଣ। ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ଟିଟୁକୁ ମୃତ ଘୋଷଣା କରିଥିଲେ।  ଗୁରୁତର ଆହତ କାଳୁଚରଣଙ୍କୁ ଏମକେସିଜି ମେଡିକାଲ ପଠାଯାଇଛି। ମୋହନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶନିବାର ମୃତ ଟିଟୁର ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଯିବ ବୋଲି କହିଛନ୍ତି ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ।

Leave A Reply

Your email address will not be published.