ଯାତ୍ରୀବାହୀ ବସ୍ ସହ ବାଇକର ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

ଭଞ୍ଜନଗର(କେନ୍ୟୁଜ୍): ଯାତ୍ରୀବାହୀ ବସ୍ ସହ ବାଇକ୍ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ବଡନଦୀ ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟ ବାଲିଭାଗ ଗ୍ରାମର ପ୍ରଦୀପ ଗୌଡ଼ ଏବଂ ଆହତ ଜଣକ ମଧ୍ୟ ସେହି ଗାଁର ଶଶିଭୂଷଣ ଗୌଡ଼ ।

ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବାହୀନି ଘଟଣାସ୍ଥଳରୁ ଦୁଇ ଆହତଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଆହତ ପ୍ରଦୀପକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ହୋଇଥିବା ଶଶିଭୂଷଣକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.