ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା କଣ୍ଟେନର, ଜଣେ ମୃତ,ଦୁଇ ଗୁରୁତର
ବରଗଡ଼ : ବରଗଡ଼ରେ ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା କଣ୍ଟେନର । ଘର ଭିତରେ ଥିବା ବୃଦ୍ଧା ମାଆ ମୃତ, ପୁଅ, ବୋହୂ ଗୁରୁତର । ସଦର ଥାନା ଶ୍ରିହରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କଣ୍ଟେନର ମାଡ଼ିଯିବାରୁ ଜାତୀୟ ରାଜପଥ ପାଖ ପରେ ଆଜବେଷ୍ଟସ ଘର ଭାଙ୍ଗି ଛୁରମାର୍ ହୋଇଛି । ଦୁର୍ଘଟଣା ଯୋଗୁଁ ଏନ୍ ଏଚରେ ଗାଡ଼ିମୋଟର ଫସି ରହିଥିଲା । ପରେ ପରିସ୍ଥିତି ସ୍ବାଭାବିକ ହୋଇଛି ।
ବରଗଡ଼ରୁ ସୋହେଲା-ଛତିଶଗଡ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ବରଗଡ଼ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତା ଅବରୋଧରୁ ହଟାଇବା ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି ।