ପଥଚାରୀଙ୍କ ଉପରେ ମାଡ଼ିଗଲା ପିକଅପ୍ ଭ୍ୟାନ୍ : ଜଣେ ମୃତ, ୨ ଗୁରୁତର
କଳାହାଣ୍ଡି: ପଥଚାରିଙ୍କ ଉପରେ ମାଡିଗଲା ପିକଅପ ଭ୍ୟାନ । ଜଣେ ମୃତ, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ମୃତକ କସାକେନ୍ଦୁ ଛକର ରେହେମତ ଉଲ୍ଲା ଖାନ ଏବଂ ଦୁଇ ଗୁରୁତର ଅଶୋକ କୁମାର ମହାରଣା ଏବଂ ମୁରଲୀଧର ହଂସ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଆଜି ରାସ୍ତାରେ ଚାଲି ଚାଲି ଯାଉଥିବା ୩ ଜଣ ପଥଚାରୀଙ୍କ ଉପରେ ପିକଅପ୍ ଭ୍ୟାନ୍ ମାଡିଯାଇଥିଲା । ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ କରୁଛି ।
ସୂଚନାଯୋଗ୍ୟ ଯେ କିଛିଦିନ ତଳେ ମେଦିନୀପୁର ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଚାଳକ କିମ୍ବା ଗାଡି ଏଯାଏଁ ଜବତ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।