ଯାଜପୁର ଟାଉନ(କେନ୍ୟୁଜ୍): ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଯାଜପୁର ବରୀ ବ୍ଲକ ତିନିମୁହାଣୀଠାରେ ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି ।ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବରୀ ଦରଘା ଗ୍ରାମ ଦୁଇ ଯୁବକ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ମୃତକ ହେଲେ ବଡ ଦରଘା ଗ୍ରାମର ପ୍ରମୋଦ କୁମାର ସାହୁଙ୍କ ପୁଅ ରଜତ କୁମାର ସାହୁ । ଏହି ଖବର ପାଇବା ପରେ ବରୀ ବିଧାୟିକା ସୁନନ୍ଦା ଦାସ ମେଡିକାଲରେ ପହଂଚି ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାରେ ଶୁକଦେବ ସାହୁଙ୍କ ପୁଅ ଗଜେନ୍ଦ୍ର ବେହେରା ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବରି- ରାମଚନ୍ଦ୍ରପୁର ପୋଲିସ
ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।