ଖୋର୍ଦ୍ଧା: ଟାଙ୍ଗୀ ଓ ଚିଲିକା ବ୍ଲକରେ ଲଘୁଚାପ ବର୍ଷାର ତାଣ୍ଡବ ଲୀଳା, ଚାଲିଗଲା ଜଣକର ଜୀବନ

ଟାଙ୍ଗୀ(କେନ୍ୟୁଜ୍): ଦୁଇ ଦିନ ଧରି ଟାଙ୍ଗୀ ଓ ଚିଲିକା ବ୍ଲକ ଲଘୁଚାପ ବର୍ଷା କମିବାର ନାଁ ଧରୁନି । ଆଜି ଟାଙ୍ଗୀ ବ୍ଲକରେ ୨୦୨.୪ ମିଲିମିଟର, ଚିଲିକା ବ୍ଲକରେ ୧୬୦ ମିଲିମିଟର ଓ ବାଣପୁର ବ୍ଲକରେ ୧୩୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହା ଫଳରେ ଚିଲିକା ହ୍ରଦର ଉପକୂଳ ବହୁ ଗ୍ରାମ ଏବେ ଜଳବନ୍ଦୀ ।ଚିଲିକା ବ୍ଲକ୍ ଜରିପଡା ପଞ୍ଚାୟତର ତିରିଶ ହଜାରରୁ ଉର୍ଦ୍ଧ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ତାହା ସହ ଚିଲିକା କୁଳିଆ ମତ୍ସଜୀବୀଙ୍କର ହଜାର ହଜାର ଟଙ୍କାର  ଜାଲ ଡଙ୍ଗା ପ୍ରଭାବିତ ହୋଇଛି । କାଳୁପଡ଼ା ଘାଟ ଅଞ୍ଚଳର ଝୁନୁପଦା ଠାରେ ଅଣ୍ଟାଏ ଉଚ୍ଚର ପାଣି ଲହଡି ମାରୁଛି।

ସେହିଭଳି ଭାବେ କାଳୁପଡାଘାଟ ରେଳ ଲାଇନ ନିକଟ ଶଙ୍ଖ  ବିପଦ ସଙ୍କୁଳ  ସଂକେତ ଉପରେ ଜଳ ପ୍ରଭାବିତ ହେଉଛି । ଚଣ୍ଡେଶ୍ୱର ଅଁଳାଡିହ ଗ୍ରାମର ଚଢେଇ ଗୁଆଁ ଗ୍ରାମରେ ଭାଙ୍ଗିଛି ନଦୀ ବନ୍ଧ । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଅସ୍ଥାୟୀ ବାଲି ବସ୍ତା ରଖି ବନ୍ଧକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛନ୍ତି ।ବାଁଉଶମୂଳରୁ ସୋରଣ ଯିବା ରାସ୍ତା ଉପରେ ୪ଫୁଟର  ବର୍ଷା ଜଳ ଲହଡି ଭାଙ୍ଗୁଛି।  ବାଲୁଗାଁ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ଜଳ ବନ୍ଦୀ ଅବସ୍ଥାରେ ରହିଥିବା ସହ ବାଲୁଗାଁ ସହରର ଏକାଧିକ ୱାର୍ଡରୁ ଜଳ ନିଷ୍କାସନ ହୋଇନପାରିବାରୁ ଅଞ୍ଚଳବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଟାଙ୍ଗୀ ବ୍ଲକ୍ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ ନାଳ ପାଣିରେ ସୁଅରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ଟଙ୍ଗୀ ନିକଟସ୍ଥ ବଡ଼ପାରୀ ପଞ୍ଚାୟତ କାଦଭୋଇ ଶଙ୍ଖ ଉପରେ ଚାଲୁଛି ୪ ଫୁଟର ବନ୍ୟା ଜଳ  । ବଡପାରୀ ଟାଙ୍ଗୀ ମୁଖ୍ୟ ରାସ୍ତା ଯୋଗାଯୋଗ ବିଛିନ୍ନ  ହୋଇଛି । ୫ଟି ପଞ୍ଚାୟତର ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଟାଙ୍ଗୀ -ମଙ୍ଗଳାଯୋଡି ମୁଖ୍ୟ ରାସ୍ତା ଶଗଡିଆ ପୋଲ ଉପରେ ବନ୍ୟା ଜଳ ପ୍ରଭାହିତ ହେଉଥିବାର ଦେଖିବାକୁ  ମିଳିଛି। ଅନ୍ୟ ପଟେ ବାଣପୁର ଏନ.ଏ.ସି ଓ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଅଛି ।ଗମ୍ଭାରୀମୁଣ୍ଡା ସ୍ଥିତ ଶିବ ମନ୍ଦିର ଜଳବନ୍ଦୀ ଅବସ୍ଥାରେ ଅଛି ।

ବିଭିନ୍ନ ପ୍ରଭାବିତ ଅଂଚଳ ପରିଦର୍ଶନ କରୁଛନ୍ତି  ଚିଲିକା ବିଡ଼ିଓ ସୁଷମା ବାରିକ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ।  ଟାଙ୍ଗୀ ଦମକଳ ବାହିନୀ କର୍ମଚାରୀ ସଜାଗ ହୋଇ ଘଟଣା ସ୍ଥଳରେ ମୃତୟନ ଅଛନ୍ତି। କୌଣସି ଅଭାବନୀୟ ପରିସ୍ଥିତି ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ।  ବିଭିନ୍ନ ସ୍ଥାନରେ ହଜାର ହଜାର ଚାଷଜମି ଜଳମଗ୍ନ ହୋଇଛି । ଚାଷ ଜମିର ଅବସ୍ଥା ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଜିଲ୍ଲା  ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି । ଆବଶ୍ୟକତା କୁ ଲକ୍ଷ କରି ଲୋକମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ କରାଯିବ । ରାଜସ୍ବ ବିଭାଗ ପକ୍ଷରୁ କ୍ଷେୟକ୍ଷେତି ର ଆକଳନ ପାଇଁ ଏକ ଟିମ୍ ପ୍ରସ୍ତୁତ କରାଯାଇଛି । ଏଣୁ ଲୋକମାନେ ଆତଙ୍କିତ ନହୋଇ ଯେଉଁଠି ଅସୁବିଧା ଅନୁଭବ କରୁଛନ୍ତି ସେମାନେ ସଙ୍ଗେ ସଙ୍ଗେ ପ୍ରଶାସନ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି କ୍ଷେତ୍ରପରିଦର୍ଶନ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.