ଗଞ୍ଜାମ ଜିଲ୍ଲାରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଚାରି ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦୁଇଟି ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ଜଣେ ମୃତ, ଚାରି ଜଣ ଆହତ ।  ଦିଗପହଣ୍ଡି ଥାନା ରଇତ ଗାଁ ରୁ ଗୋକର୍ଣ୍ଣପୁର ଅଭିମୁଖେ ଆସୁଥିବା ବେଳେ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।  ଏଥିରେ ବଜାପଲ୍ଲୀ ଗାଁର ରଇତ ଦୋରାଙ୍କ ମୃତ୍ୟୁ ହୋଇଛି ।

ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଓ ଦିଗପହଣ୍ଡି ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଛି । ରଇତଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବି କରାଯାଇଛି ।

ସେହିପରି ତପ୍ତପାଣି ନିକଟ ପାଳୁଖୋଳା ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରାଭେଲର । ଏଥିରେ ଚାରି ଜଣ ଆହତ ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଥିଲେ । କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

 

Also read: ରାଉରକେଲା ବିମାନ ଦୁର୍ଘଟଣା, ତଦନ୍ତ ପାଇଁ ପହଞ୍ଚିବ AAIB ତଦନ୍ତକାରୀ ଟିମ୍