ବଢୁଛି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ଜଣେ ଶ୍ରମିକ ମୃତ
ସାଇକେଲରେ କୂଅ ଖୋଳିବାକୁ ଯାଉଥିଲା ବେଳେ ଆକ୍ରମଣ କଲା ହାତୀ । ମୃତକ ହେଲେ ସତ୍ୟ ବେହେରା (୫୬ ବର୍ଷ )। ଘର ରଣପୁର ବ୍ଲକ ନରସିଂହପୁର ପଂଚାୟତ ନାଟିମୀ ଗ୍ରାମରେ । ମୃତକ ଜଣେ ଶ୍ରମିକ ବୋଲି ଜଣାପଡିଛି ।
ଟାଙ୍ଗୀ (କେନ୍ୟୁଜ): ଦଳିଦେଲା ଦନ୍ତା, ଶ୍ରମିକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସତ୍ୟ ବେହେରା । ରଣପୁର ବ୍ଲକ ନାଟିନୀ ଗାଁର ୩ଜଣ ବ୍ୟକ୍ତି କମାଗୁରୁ ଗାଁକୁ ସାଇକେଲରେ କୂଅ ଖୋଳିବାକୁ ଆସୁଥିବା ବେଳେ ଗାଁ ନିକଟ ଜଙ୍ଗଲ ରାସ୍ତାରେ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ୨ଜଣ ଦୌଡି ପଳାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ ସତ୍ୟବ୍ରତ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସତ୍ୟବ୍ରତଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି।