ଘଟଗାଁ : ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଘଟଗାଁ : ବାଇକ୍ ଓ ସାଇକେଲ୍ ଭିତରେ ଧକ୍କା ହେଲା ଆଉ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡା ନିକଟରେ ଏଇ ଦୁର୍ଘଟଣା ଘଟିଛି । ବାଇକ୍ଟି ସାଇକେଲକୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଘଟଗାଁ ଅନ୍ତର୍ଗତ ମହୁଲଗାଡ଼ିଆ ଗାଁର ହରିହର ନାଏକ । ପୋଲିସ ଶବ ବ୍ୟବଚ୍ଛେଦ କରାଇବା ସହ ଦୁର୍ଘଟଣା ଘଟାଇ ଥିବା ବାଇକ୍ ଓ ଦୁର୍ଘଟଣା ଗ୍ରସ୍ତ ସାଇକେଲକୁ ଜବତ କରିଛି।