ହାଇୱା ଧକ୍କାରେ ଜଣେ ମୃତ, ୬ ଘଣ୍ଟା ହେଲା ରାସ୍ତାରୋକ

ଢେଙ୍କାନାଳ: ଦୁର୍ଘଟଣା ପରେ ରାସ୍ତାରୋକ । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକ । ଦୀର୍ଘ ୬ ଘଣ୍ଟା ହେଲା ରାସ୍ତାରୋକ ଚାଲିଛି । ଗତକାଲି ରାତିରେ ଢେଙ୍କାନାଳ ଟାଉନ ଥାନା ମହିଷାପାଟ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ମହିଷାପାଟ ଅଞ୍ଚଳର ମୁରଲୀ ନାୟକ । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି।
କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। ଫଳରେ ଗାଡି ଚଳାଚଳ ଠପ୍ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି । ୬ ଘଣ୍ଟା ଧରି ରାସ୍ତାରୋକ ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ପହଂଚି ବୁଝାସୁଝା କରୁଛି ପୋଲିସ ।
ଆହୁରି ପଢ଼ନ୍ତୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ