ସୁନ୍ଦରଗଡ଼(କେନ୍ୟୁଜ୍): ଟାଉନ ଥାନା ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ। ଏହି ଗୁଳିମାଡରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ସ୍ଥାନୀୟ ମହନ୍ତିଆପଡାର ମୁରାରି ତନ୍ତି। ମୁରାରି ତନ୍ତୀଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର ହୋଇଛି। ମୁରାରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ ମୁଖ୍ଯ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ରାତି ପ୍ରାୟ ୯ଟା ସମୟରେ ମୁରାରି ନିଜ କାରରେ ଘରକୁ ଯାଉଥିବା ବେଳେ ମହାବିଦ୍ୟାଳୟ ରୋଡରେ ଥିବା ପିଏସଆର ସିନମା ହଲ ନିକଟରେ ଏକ ବାଇକରେ ୨ ଜଣ ମୁଖା ପିନ୍ଧା ଯୁବକ ଆସି ମୁରାରିଙ୍କ ଉପରକୁ ଗୁଳି ମାଡ କରିଥିଲେ। ଭୟରେ ମୁରାରିଙ୍କ ଡ୍ରାଇଭର ଦୌଡି ପଳାଇଥିବା ବେଳେ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁରାରିଙ୍କୁ ମୁଖ୍ଯଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଜମି ଦଲାଲିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଗୁଳିମାଡ କରିଥିବା ୨ ଯୁବକଙ୍କୁ ପୋଲିସ ଚିହ୍ନଟ କରିବା ସହ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଘଟଣା ସ୍ଥଳ ଓ ମୁଖ୍ଯ ଡାକ୍ତରଖାନାକୁ ଏସ.ପି ସାଗରିକା ନାଥ ଯାଇ ମୃତକଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି। ମୁଖା ପିନ୍ଧିଥିବାରୁ କିଏ ଗୁଳି ମାରିଲା ଜାଣ ହେଲାନି ବୋଲି ମୃତକଙ୍କ ଗାଡି ଡ୍ରାଇଭର କହିଥିବା ବେଳେ ପୁର୍ବରୁ ମଧ୍ୟ ବସନ୍ତ ପାଣ୍ଡବ ନାମକ ଜଣେ ଯୁବକ ମୋ କାକା ସହ ମାଡପିଟ କରିଥିଲେ ଏଣୁ ଏହି ଗୁଳିମାଡରେ ସେହି କରିଥିବା କହିଛି ମୃତକଙ୍କ ପୁତୁରା । ଗୋଟିଏ ଗୁଳି ମୁରାରୀଙ୍କ ମୁଣ୍ଡ ଓ ଅନ୍ଯଟି ବେକ ଉପରକୁ ବାଜିଥିଲା। ଦୁବୃର୍ତ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି