ବଜ୍ରାଘାତରେ ଭାଉଜ ମୃତ, ଦିଅର ଆହତ

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହୁମୁକି ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଛନ୍ତି l ମୃତକ ସେହି ଗ୍ରାମର ରୁନୁ ଜେନା ହୋଇଥିବା ବେଳେ ଆହାତ ତାଙ୍କ ଦିଅର ବିଜୟ ଜେନା ହୋଇଥିବା ଜଣାପଡିଛି l

ଗଞ୍ଜାମ(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହୁମୁକି ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଛନ୍ତି l ମୃତକ ସେହି ଗ୍ରାମର ରୁନୁ ଜେନା ହୋଇଥିବା ବେଳେ ଆହାତ ତାଙ୍କ ଦିଅର ବିଜୟ ଜେନା ହୋଇଥିବା ଜଣାପଡିଛି l

ସୁଚନା ଅନୁସାରେ, ଆଜି ଅପରାହ୍ନରେ ରୁନୁ ଏବଂ ତାଙ୍କ ଦିଅର ଗ୍ରାମ ନିକଟ ଚାଷ ଜମିକୁ ରାଶି ଆଣିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ l ଫଳରେ ଉଭୟ ଘଟଣାସ୍ଥଳରେ ଅଚେତ ଅବସ୍ଥାରେ ପଡି ରହିଥିବା ବେଳେ ଖବରପାଇ ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି ଉଭୟଙ୍କୁ ଚିକତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଛନ୍ତି l ଅନ୍ୟପଟେ ବିଜୟଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି  l

You might also like