ଟାୟାର ପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ

ଖୋର୍ଦ୍ଧା: ଟାୟାର ପ୍ରେସର୍ ଟାଙ୍କି ଫାଟି ମିସ୍ତ୍ରୀ ମୃତ, ଦୁଇ ଆହତ । ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ ଗାଡ଼ିଆ ଛକରେ ନିକଟରେ । ମାଆ ଭଗବତୀ ଟାୟାର ପ୍ରେସର ନାମକ ଦୋକାନରେ ସକାଳୁ ଟାୟାର ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ବୋମାମାଡ଼ ଭଳି ଶବ୍ଦ ହୋଇଥିଲା । ଏଥିରେ ଗ୍ଯାରେଜ ମିସ୍ତ୍ରୀଙ ମୃତ୍ଯୁ ହୋଇଛି । ମୃତକ ହେଲେ ନବଘନ ପରିଡ଼ା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଆହତ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି ।